ନବୀନ କାହାକୁ ସମର୍ଥନ କରିବେ ?

ଉପରାଷ୍ଟ୍ରପତି ନିର୍ବାଚନକୁ ଏବେ ମାତ୍ର ୫ଟା ଦିନ ବାକି ଅଛି ।  ନବୀନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାଁନ୍ତି ।  ଚର୍ଚ୍ଚା ହେଉଛି ନବୀନଙ୍କ ପାଇଁ ନିଷ୍ପତ୍ତି ନେବା ଏଥର ସହଜ ହେବନି । ପୂର୍ବରୁ ଅନେକ ପ୍ରସଙ୍ଗରେ ନବୀନ ବିଜେପିକୁ ସମର୍ଥନ ଦେଇଛନ୍ତି । ହେଲେ ଏବେ କିନ୍ତୁ ବିଜେପିକୁ ସମର୍ଥନ ଦେବା ଦଳ ପାଇଁ ଅସୁବିଧାର କାରଣ ହେଇପାରେ । କାହିଁକି ନା ବିଜେପି ହିଁ ହେଉଛି ସେହି ଦଳ, ଯିଏ ନବୀନ ସରକାରକୁ ସତ୍ତାରୁ ହଟେଇ, ଏବେ ଶାସନ ଅକ୍ତିଆର କରିଛି । ଅନ୍ୟପଟେ ପ୍ରଧାନମନ୍ତ୍ର ମୋଦୀଙ୍କ ସହିତ ନବୀନଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ବଢିଛି । ନବୀନ ଯେତେବେଳେ ଅସୁସ୍ଥ ହେଲେ, ସେତେବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ ଫୋନରେ କଥା ହୋଇଛନ୍ତି । ସେପ୍ଟେମ୍ବର ୯ ତାରିଖରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ଏନଡିଏ ପ୍ରାର୍ଥୀଙ୍କୁ ନବୀନ ସମର୍ଥନ କରିପାରନ୍ତି । ଏହା କିଛି ନେତା କହୁଛନ୍ତି ।

 ନିର୍ବାଚନରେ କେବଳ ଦିନ ବାକି ଥାଇ ମଧ୍ୟ ନବୀନ ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରିନାହାଁନ୍ତି, ଏବଂ ଦଳର ନେତାମାନେ ସମର୍ଥନ କରିବା କି ବିରୋଧ କରିବା ନେଇ ଚୁପ୍ ରହିଛନ୍ତି, ସମସ୍ତେ ନବୀନଙ୍କ ନିଷ୍ପତ୍ତିର ଅପେକ୍ଷା କରୁଛନ୍ତି। ପୂର୍ବରୁ କିଛି ପ୍ରସଙ୍ଗରେ ନବୀନ ବିଜେପିକୁ ସହାୟତା କରିଛନ୍ତି, କିନ୍ତୁ ଏବେ ସେହି ଦଳ ଓଡ଼ିଶାରେ ନବୀନ ସରକାରକୁ ସତ୍ତାରୁ ହଟାଇଛି, ତେଣୁ ସମର୍ଥନ ଦେବା ବିଜେଡି ପାଇଁ ରାଜନୈତିକ କ୍ଷତିର କାରଣ ହୋଇପାରେ। ଓ୍ୱାକଫ୍ ବିଲ୍ ଉପରେ ଦଳ ଭିତରେ ବିଭେଦ ଥିଲା ।  ପୂର୍ବରୁ ଓ୍ୱାକଫ୍ ବିଲ୍କୁ ନେଇ ବିଜେଡିର ସାଂସଦମାନେ ମଧ୍ୟ ବିଭିନ୍ନ ମତ ପ୍ରକାଶ କରିଥିଲେ, ତେଣୁ ଏହି ନିର୍ବାଚନରେ ସେମାନଙ୍କର ଭୂମିକା ନିର୍ଣ୍ଣାୟକ ହେବ ବୋଲି ଚର୍ଚ୍ଚା ହେଉଛି।

Leave a comment