Odisha ନବଙ୍କ ଭଳି ଅନୁପ ସାଏଙ୍କୁ ହତ୍ୟା ଯୋଜନା ହୋଇଥିଲା ! On Feb 21, 2023 ଝାରସୁଗୁଡ଼ା : ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟା ପାଇଁ ଜଣେ କନେଷ୍ଟବଳ ଯୋଜନା କରିଥିଲେ । ଏହି ଘଟଣା ଏବେ ସାମ୍ନାକୁ ଆସିଛି। ଏହି ଘଟଣା ପରେ କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରି ଅଣାଯାଇଥିବା ଚର୍ଚା ହେଉଛି । ଏହା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଏସ୍ପି ଏସ୍.ପରମାର ସୂଚନା ଦେଇଛନ୍ତି। Share