ଦୁବାଇରୁ ଫେରି ନିଜର ଅନୁଭୂତି ବଖାଣିଛନ୍ତି ମିଶନ ଶକ୍ତି ସଦସ୍ୟା

ଭୁବନେଶ୍ୱର: ଦୁବାଇରେ ଓଡ଼ିଶା ଦିବସ ପାଳନ କରି ଫେରିଲେ ଓଡ଼ିଆ ପ୍ରତିନିଧିମଣ୍ଡଳୀ ।  ତିନି ଦିନିଆ ଯାତ୍ରା ସାରି ଦୁବାଇରୁ ଫେରି ନିଜର ଅନୁଭୂତି ବଖାଣିଛନ୍ତି ମିଶନ ଶକ୍ତି ସଦସ୍ୟା । ଦୁବାଇ ବୁଲିବା ସହ ଅନୁଭୂତି ମିଳିଛି। ଦୁବାଇ ଗସ୍ତରେ ନିଜ ହାତ ତିଆରି ସାମଗ୍ରୀର ବ୍ରାଣ୍ଡିଂ ନେଇ ଶିଖିଛନ୍ତି ନୂଆ ନୂଆ ଉପାୟ । ଦୁବାଇ ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସଏଚଜି ମହିଳା ଓ ସେମାନଙ୍କ ପରିବାର ପାଇଁ ସ୍ବତନ୍ତ୍ର ଉପହାର କିଣି ଦେଇଛନ୍ତି । ଉପହାର ସ୍ବରୂପ ଚକୋଲେଟ୍ ଓ ଖଜୁରୀ କୋଳି ଦିଆଯାଇଛି । ଗାଁ ପରିବେଶରେ ସମୟ କାଟୁଥିବା ମହିଳାଙ୍କୁ ଆଣି ବିଦେଶ ବୁଲାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି । ଦେଖିନଥିବା ସ୍ବପ୍ନକୁ ସତ କରିଛନ୍ତି ମୁଖ୍ୟମନ୍ତ୍ରୀ । କେବେ ବିମାନରେ ବସିନଥିବା ଲୋକଙ୍କୁ ଦୁବାଇକୁ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି । ଗତ ୧୫ ତାରିଖରେ ଭୁବନେଶ୍ବରରୁ ଦୁବାଇକୁ ଆରମ୍ଭ ହୋଇଥିଲା ସିଧାସଳଖ ବିମାନ ସେବା । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ଟିମ୍ ସହିତ ଛାତ୍ରଛାତ୍ରୀ, ଏସଏଚଜି ମହିଳା, କ୍ରୀଡାବିତଙ୍କୁ ମିଶାଇ ୧୭୦ ଜଣ ଦୁବାଇ ଗସ୍ତ କରିଥିଲେ । ଓଡ଼ିଶା ଉତ୍ସବ ସମସ୍ତଙ୍କୁ ଖୁସି ଅନୁଭବ ଦେଇଛି ।  ୪ ଘଣ୍ଟାରେ ଦୁବାଇକୁ ଯିବାର ସ୍ବପ୍ନ ସତ ହୋଇଛି । ଏହା ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଉଦ୍ୟମ କରାଯାଉଛି ।