ଡ. ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ବ ପାଣିପାଗ ସଂସ୍ଥାର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି

ନୂଆଦିଲ୍ଲୀ :  ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ବ ପାଣିପାଗ ସଂସ୍ଥାର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଂସ୍ଥାରେ ଖାଲି ପଡ଼ିଥିବା ଏହି ପଦବି ପାଇଁ ଆଜି ଜେନେଭାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସମୁଦାୟ ୧୪୮ରୁ ଡ. ମହାପାତ୍ରଙ୍କୁ ୧୧୩ଟି ଭୋଟ୍‌ ମିଳିଛି। ଏଥିସହିତ ୭ଟି ରିଜିଓନାଲ ଆସୋସିଏସନ୍‌ର ଅଧ୍ୟକ୍ଷ ଓ ନ୍ୟାସନାଲ ମେଟ୍ରୋଲୋଜିକାଲ୍‌ର ୨୭ ଜଣ ନିର୍ଦ୍ଦେଶକ ରହିଥାନ୍ତି। ବିଶ୍ବ ପାଣିପାଗ ସଂସ୍ଥା ଜଳବାୟୁ ପରିବର୍ତ୍ତନର ତଦାରଖ, ଆଗୁଆ ପାଣିପାଗ ସୂଚନା ତଥା ବିପର୍ଯ୍ୟୟ ପରିଚାଳନାରେ ଏହାର ପ୍ରମୁଖ ଭୂମିକା ରହିଛି।