ଜୁନ ୪ତାରିଖରେ ମୌସୁମୀ କେରଳ ଛୁଇଁବ

ଭୁବନେଶ୍ୱର: ଏବର୍ଷ ଚାରିଦିନ ବିଳମ୍ବରେ ଆସିବ ମୌସୁମୀ । ପାଣିପାଗ ବିଭାଗ ଅନୁସାରେ ଜୁନ ୪ତାରିଖରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ପ୍ରତିବର୍ଷ ମୈାସୁମୀ କେରଳ ଛୁଇଁବାର ସ୍ବାଭାବିକ ତାରିଖ ହେଉଛି ଜୁନ ୧ । ଯେହେତୁ କେରଳରେ ବିଳମ୍ଭରେ ଛୁଇଁବ ତେଣୁ ଓଡ଼ିଶାରେ ବି ବିଳମ୍ବରେ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।