ଦୀର୍ଘ ୨୫ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟରେ ଶାସନ କରିବା ପରେ ନିକଟରେ ଅପ୍ରତ୍ୟାଶିତ ଭାବେ ପରାଜୟ ବରଣ କରିଥିଲା । ଏବେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି । ତେବେ ରାଜ୍ୟରେ ବିଜେଡି ସରକାର କ୍ଷମତାଚ୍ୟୁତ ହେବା ପରେ କିଛି ଘରୋଇ ହସ୍ପିଟାଲ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଅଧିନରେ ଚିକିତ୍ସା ନକରି ଫେରାଇ ଦେଉଥିବା ଅଭିଯୋଗ ଆସିଥିଲା । ରାଜ୍ୟରେ ନୂଆ ସରକାର ଆସିବା କାରଣରୁ ଏହି କାର୍ଡ ଏବେ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ବିଭିନ୍ନ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ।ତେବେ ରାଜ୍ୟରେ ବିଏସକେୱାଇ ବନ୍ଦ ହୋଇ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଗତକାଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ । ତେବେ ବିଏସକେୱାଇ ଯୋଜନାରେ ରାଜ୍ୟରେ ରୋଗୀ ସେବା ଅବ୍ୟାହତ ରହିଛି ବୋଲି ଆଜି ମୁଖ୍ୟ ଶାସନ ସଚିବ ଏକ ଭିଡିଓ ବାର୍ତ୍ତା ଜରିଆରେ ସ୍ପଷ୍ଟ କରିଥିଲେ । ଏହା ମଧ୍ୟରେ ପୁଣି ଜନସାଧାରଣଙ୍କ ଚିନ୍ତା ବଢ଼ିଯାଇଛି । ରାଜ୍ୟରେ ‘ଲକ୍ଷ୍ମୀ’ ବସ୍ ସେବା ବନ୍ଦ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି । ଗତବର୍ଷ ରାଜ୍ୟର ସମସ୍ତ ଜିଲ୍ଲରେ ୧୩୫୪ଟି ବସ୍ ଚାଲିଥିଲା । ତା’ର ପରିଚାଳନା ଦାୟିତ୍ୱ ମିଶନ ଶକ୍ତି ମା’ମାନଙ୍କୁ ଦିଆଯାଇଥିଲା ।ସେହିପରି ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଗରିବ ଲୋକଙ୍କୁ ୫ ଟଙ୍କାରେ ଦିଆଯାଉଥିବା ‘ଆହାର’ ଯୋଜନା ବନ୍ଦ ହୋଇଯାଇଥିବା ନେଇ ଅଭିଯୋଗ ଆସୁଛି । କିଛି ଆହାର କେନ୍ଦ୍ରରେ ତାଲା ଝୁଲୁଥିବା ନେଇ ଅଭିଯୋଗ ଆସୁଛି । ରାଜଧାନୀରେ ମୋଟ ୧୩ଟି ଆହାର କେନ୍ଦ୍ର ରହିଥିବା ବେଳେ ଦୈନିକ ୧୩ ହଜାରରୁ ଅଧିକ ମିଲ୍ ପ୍ରସ୍ତୁତ ହୋଇଥାଏ । ଏହାଦ୍ୱାରା ଦିନମଜୁରିଆ ଓ ନିମ୍ନମଧ୍ୟବିତ୍ତ ଲୋକମାନେ ବେଶ୍ ଉପକୃତ ହେଉଥିଲେ ।
Trending
- ଓଏଏସ୍ ସ୍ତରରେ ଅଦଳବଦଳ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
Prev Post
Next Post