ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ଦୁଇ ବର୍ଷ ଭିତରେ ଅନେକ ପ୍ରଶ୍ନ ଉଠିଲାଣି । ଏହି ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ତଦନ୍ତରେ ରହିଥିବା ଘଟଣାକୁ କିଏ ଲୁଚାଉଛି କି ? ଏନେଇ ରାଜନୀତି ଜୋର ଧରିଥିବା ବେଳେ ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି।
ପ୍ରଶ୍ନ ଉଠୁଛି କ୍ରାଇମ୍ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ, ଲୋକମାନେ ସେ ନେଇ ପ୍ରଶ୍ନ ଉଠେଇଲେଣି । ଏବେ ଏହି ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। କେବଳ ଯେ ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନି ତାହା ନୁହେଁ, ବରଂ ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ବଦଳିଯାଇଛି। ତେବେ ଏହା କ୍ରାଇମ୍ବ୍ରାଞ୍ଚର ଖାମଖିଆଲି ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ଯୋଜନା, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।