ଶୁଭ ମୁହୂର୍ତ୍ତରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଭିତରକୁ ଅଧିକୃତ ୧୧ଜଣିଆ ଟିମ୍ ପ୍ରବେଶ କରିଛନ୍ତି। କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି ପ୍ରମୁଖ ଏହି ଟିମରେ ରହିଛନ୍ତି। ଏଣେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦକ୍ଷିଣ ଦ୍ବାର ଦେଇଶ୍ରୀମନ୍ଦିରରେ ପ୍ରବେଶ କରିପାରନ୍ତି ବୋଲି କୁହାଯାଉଛି।ଭିତର ରତ୍ଵଭଣ୍ଡାର ସିନ୍ଦୁକ ଓ ଆଲମିରାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୂତନ ସିନ୍ଦୁକ ଓ ଆଲମିରାକୁ ରତ୍ନ ଅଳଙ୍କାର ସ୍ଥାନନ୍ତର ହେବ` ଅସ୍ଥାୟୀ ଭିତର ଓ ବାହାର ରତ୍ଵଭଣ୍ଡାରରେ ନୂତନ ତାଲା ଓ ଚାବି ପକାଯାଇଛି। ରତ୍ନ ଅଳଙ୍କାର ସ୍ଥାନନ୍ତର ପରେ ଅସ୍ଥାୟୀ ଭିତର ଓ ବାହାର ରତ୍ଵଭଣ୍ଡାରରେ ପୁଣି ତାଲା ଓ ଚାବି ପକାଯିବ।ଭିତର ରତ୍ନଭଣ୍ଡାରରେ ଥୂବା ସିନ୍ଦୁକ ଓ ଆଲମିରାକୁ ମ୍ୟୁଜିୟମରେ ରଖାଯିବ। ସ୍ନେକ ହେଲ୍ପ ଲାଇନ ,ଓଡ୍ରାଫ ,ସ୍ବେଚ୍ଛାସେବୀ,ଡାକ୍ତରୀ ଟିମ,ମାଜିଷ୍ଟ୍ରେଟ ,ବୈଷୟିକ ଟିମ ମୁତୟନ ହେବେ। ଚାଙ୍ଗଡ଼ା ଘର ଓ ଫୁଲ ଶେଜ ଘରେ ଅସ୍ଥାୟୀ ଭିତର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର ଷ୍ଟ୍ରଙ୍ଗ ରୁମ କରାଯାଇଛି।ଅସ୍ଥାୟୀ ଭିତର ରତ୍ନଭଣ୍ଡାରରେ ସିସିଟିଭି କ୍ୟାମେରା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଏସଓପି ଅନୁଯାୟୀ କରାଯାଇଛି।ଭିତର ରତ୍ନଭଣ୍ଡାରରୁ ସମସ୍ତ ରତ୍ନଅଳଙ୍କାର ସ୍ଥାନାନ୍ତର ପରେ ହିଁ ଏଏସଆଇକୁ ମରାମତି ପାଇଁ ଅନୁମତି ଦିଆଯିବ।ପରେ ରତ୍ନଭଣ୍ଡାର ରତ୍ନଅଳଙ୍କାର ଗଣତି ମଣତି ପାଇଁ ପ୍ରତିଦିନ ଟ୍ରେଜେରୀରୁ ଜଉମୁଦରେ ଥୂବା ଚାବି ପ୍ରତିଦିନ ଅଣାଯିବ। ତେବେ ଭିତର ରତ୍ଵଭଣ୍ଡାରରେ କେତୋଟି ସିନ୍ଦୁକ ଓ ଆଲମିରା ରହିଛି, କାନ୍ଥ ପର୍ଶ୍ୱକୁ ଥିବା ସିନ୍ଦୁକ ଓ ଆଲମିରା ପଛ ପଟେ ଆଉ କୋଠରୀ ରହିଛି ନାଁ ନାହିଁ,ତାହା ଆଜି ତାରିଖରେ ହିଁ ସ୍ପଷ୍ଟ ହେବ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post