ସାଧାରଣ ଭାବେ ଏଟିଏମରୁ ଟଙ୍କା ବାହାରୁଥିବା କଥା ସମସ୍ତେ ଜାଣିଛନ୍ତି । ମାତ୍ର ଏଣିକି ଏଟିଏମରୁ ଶସ୍ୟ ବାହାରିଯିବ । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଏଟିଏମକୁ ଉଦଘାଟନ କରିଛନ୍ତି । ଏହି ଏଟିଏମ୍ ସ୍ଥାପନ ହେବାରେ ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।ଏହି ଶସ୍ୟ ଏଟିଏମ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟରେ ରୋକ ଲଗାଇବ ବୋଲି କୁହାଯାଉଛି । ଏଣିକି ହିତାଧିକାରୀମାନେ ଆଉ ଡିଲରଙ୍କ ପାଖରେ ଆଣ୍ଠେଇବେ ନାହିଁ । ସମସ୍ତ ହିତାଧିକାରୀମାନେ ଏହି ଏଟିଏମରୁ ଚାଉଳ, ଗହମ ନେଇ ପାରିବେ । ସୂଚନାଯୋଗ୍ୟ ଯେ, ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ରାଜ୍ୟର ପ୍ରଥମ ‘ଗ୍ରେନ ଏଟିଏମ୍’ ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏନେଇ ଗତବର୍ଷ ଡିସେମ୍ବର ମାସରେ ସୂଚନା ଦିଆଯାଇଥିଲାବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଏହି ଏଟିଏମ୍ ସ୍ଥାପନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଏହି ଏଟିଏମ ବସିବା ଫଳରେ ରାଶନକାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଛିଡ଼ା ହେବେ ନାହିଁ । ଲୋକମାନେ ଟିପ ଚିହ୍ନରେ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମରୁ ଟଙ୍କା ଭଳି ଚାଉଳ ବାହାରିବ । ତେବେ ଏହି ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ଉକ୍ତ ମେଶିନରେ ବାୟୋମେଟ୍ରିକ, ରାଶନ କାର୍ଡ, ଆଧାର କାର୍ଡ ଦେବାକୁ ପଡ଼ିବ । ତେବେ ଏହି ମେଶିନକୁ ଇଂରାଜୀ ବଦଳରେ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ । ଦେଶରେ ପ୍ରଥମେ ହରିୟାଣାରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ମାତ୍ର ହାତଗଣତି କିଛି ରାଜ୍ୟରେ ଏହା ଆରମ୍ଭ ହୋଇଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post