ଖୋଲିବ ହୀରାକୁଦ ଗେଟ୍, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ । ତଳିଆ ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ କର୍ତ୍ତୃପକ୍ଷ । ଛତିଶଗଡ଼ରେ ତୁହାକୁ ତୁହା ବର୍ଷା ହେଉଛି । ଓଡ଼ିଶାରେ ଭଲ ବର୍ଷା ନଥିବା ବେଳେ ଛତିଶଗଡ଼ର ଉପର ମୁଣ୍ଡରେ ବର୍ଷା ହେବା ପାଇଁ ହୀରାକୁଦରେ ବଢ଼ିବାକୁ ଲାଗିଛି ଜଳସ୍ତର । ଗେଟ ଖୋଲିବା ପୂର୍ବରୁ ଜଳଭଣ୍ଡାରରେ ଜଳସ୍ତଳ ବୃଦ୍ଧି ହେବାରେ ଳାଗିଛି । ଆଉ ସେଥିପାଇଇଁ ତଳିଆ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସତର୍କ କରାଇ ଦିଆଯାଇଛି ।୪ ଦିନରେ ସ୍ତର ପ୍ରାୟ ୧୦ ଫୁଟ ବୃଦ୍ଧି ପାଇଥିବା ବେଳେ ଗତ ୧୫ ଘଣ୍ଟାରେ ୨.୫ ଫୁଟ ବୃଦ୍ଧି ହୋଇଛି । ଛତିଶଗଡ଼ର ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ହୀରାକୁଦରେ ବଢ଼ୁଛି ପାଣି । କଲମା ବ୍ୟାରେଜ ତାର ସବୁ ଗେଟେ ଦେଇ ବନ୍ୟାଜନକୁ ନିଷ୍କାସିତ କରୁଛି । ଶୁକ୍ରବାର ରାତି ୯ଟା ସୁଧା ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୨ଲକ୍ଷ ୩୧ ହଜାର ୬୯୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେପଟେ ହୀରାକୁଦରେ ଜଳସ୍ତଳ ୬୧୧ ଫୁଟରେ ପହଞ୍ଚିଛି । ବିଭିନ୍ନ କେନାଲ ପାୱାର ଚ୍ୟାନେଲ ଏବଂ ଶୀଳ୍ପ ଯୋଗାଣକୁ ୩୫ ହଜାର ୪ଶହ ୫୬ କ୍ୟିସେକ ଜଳ ନିଷ୍କାସିତ ହେଉଛି ।ସେପଟେ ପୂଜାର୍ଚ୍ଚନାରେ ପରେ ଆସନ୍ତା କାଲି ଖୋଲିି ସକାଳ ୯ଟାରେ ଗେଟ ଖୋଲିବା ପାଇଁ ସତର୍କ କରାଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ତଳିଆ ଅଞ୍ଚଳରେ ଲୋକଙ୍କୁ ସତର୍କ କରାଯାଇଛି । ଗେଟ ଖୋଲିଲା ମାନେ ମାଡ଼ି ଆସିବ ପାଣି ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post