କଟକ ମେୟରଙ୍କ ଗାଡି ଧକ୍କାରେ ଯୁବକ ଆହତ

କଟକ ମେୟର ସୁବାସ ସିଂଙ୍କ ଗାଡି ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି। କଟକ ଖାନନଗର ଛକରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସ୍କୁଟି ଆରୋହୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ନିଜେ ମେୟର ତାଙ୍କୁ ଏକ ଅଟୋରେ ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଥିବା ମେୟର କହିଛନ୍ତି। ସୂଚନା ଅନୁଯାୟୀ ଖାନନଗର ଆଡୁ ଆସୁଥିବା ସ୍କୁଟି ଚାଳକଙ୍କୁ ମେୟରଙ୍କ ଗାଡି ଧକ୍କା ଦେଇଥିଲା।  ଏବଂ ଏଥିରେ ଯୁବକ ଜଣକ ତଳେ ପଡିଯିବା ସହ ତାଙ୍କର ରକ୍ତସ୍ରାବ ମଧ୍ୟ ହୋଇଥିଲା। ଦୁର୍ଘଟଣାରେ ଯୁବକଙ୍କ ସ୍କୁଟି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।