ଓଡିଶାର ମାଲକାନଗିରି ଅଞ୍ଚଳରେ ମୁତୟନ ହୋଇଥିବା ପ୍ରାୟ ୨୦୦୦ ବିଏସଏଫ (BSF) ଯବାନଙ୍କୁ ଜମ୍ମୁ-କାଶ୍ମୀରରେ ମୁତୟନ କରାଯିବ । ସେଥିପାଇଁ ଭାରତୀୟ ସେନା ଏହି ନିଷ୍ପତ୍ତି ନେଇଛି । ଭାରତ ପାକ ସୀମାରେ ଅଧିକ ସୈନିକଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ଭାରତୀୟ ସେନା ଏଭଳି କରିଥିବା କୁହାଯାଉଛି । ଲଗାତାର ଭାବରେ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ହୋଇ ଚାଲୁଥିବାରୁ ଅଧିକ ଯବାନଙ୍କୁ ସେଠାରେ ମୁତୟନ କରିବାକୁ ଚାହିଁଛି ଭାରତୀୟ ସେନା ।ତେବେ ପ୍ରାରମ୍ଭିକ ଭାବରେ ଜମ୍ମୁ-କାଶ୍ମୀରର ରିଆସି, କଠୁଆ ଓ କିଷ୍ଟୱାର ଅଞ୍ଚଳରେ ଏହି ଅତିରିକ୍ତ ଯବାନଙ୍କୁ ଦେଶର ସେବା କରିବା ପାଇଁ ନିୟୋଜିତ କରାଯିବ । ଜମ୍ମୁର କୁପୱାଡାରେ ଶନିବାର ଦିନ ଜଣେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାସହ ୪ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସେପଟେ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post