ପ୍ରତିକ୍ଷାର ଘଟିଲା ଅନ୍ତ, ଶେଷରେ ଆଜି ଉଦଘାଟନ ହେବାକୁ ଯାଉଛି ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭରବ୍ରିଜ। କେନ୍ଦୁଝର ଜିଲ୍ଲା ଯୋଡାଠାରେ ନିର୍ମାଣ ହୋଇଛି ଏହି ଦୀର୍ଘତମ ଫ୍ଲାଏ ଓଭରବ୍ରିଜ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ କରିବେ।ସୂଚନା ଅନୁଯାୟୀ, ଏହି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଓଡ଼ିଶା ବ୍ରିଜ କନଷ୍ଟ୍ରକ୍ସସନ୍ କର୍ପୋରେସନ୍ (ଓବିସିସି) ନେଇଥିବା ବେଳେ ଗୁଜୁରାଟ ରାଜ୍ୟର ଚେଭରକ୍ସ ନାମକ ଠିକା ସଂସ୍ଥାକୁ ନିର୍ମାଣ କାର୍ଯ୍ୟ ପ୍ରଦାନ କରିଥିଲା । ୨୫୦ କୋଟି ବ୍ୟୟ ଅଟକଳରେ ୨.୯ କି.ମିର ଏହି ଦୀର୍ଘତମ ଫ୍ଲାଏଓଭର ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ତେସନ ଅର୍ଥ ମଞ୍ଜୁରୀରେ ୨୦୨୧ରେ ଆରମ୍ଭ ହୋଇ ୨୦୨୩ ସେପ୍ଟେମ୍ବର ମାସରେ ସମ୍ପୂର୍ଣ୍ଣ କରିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଏଥିରେ ବିଳମ୍ବ ହୋଇଥିଲା । ପରେ ଚଳିତ ମାର୍ଚ୍ଚ ମାସରେ ଏହାର ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ହୋଇଛି। ତେବେ ଫ୍ଲାଏ ଓଭରର ଚଉଡା ୧୨ ମିଟର ରହିଥିବା ବେଳେ ଭୂମିଠାରୁ ଏହାର ସର୍ବାଧିକ ଉଚ୍ଚତା ୬୦ ଫୁଟ ରହିଛି । ସୁରକ୍ଷା ଦୃଷ୍ଟିରୁ ଫ୍ଲାଏଓଭର ଉପରେ ଥିବା ମୋଡ ଗୁଡ଼ିକରେ ସିଗନାଲ ବୋର୍ଡ ଲଗାଯାଇଛି । ଏଥିରେ ସ୍ୱତନ୍ତ୍ର ଭାବେ ଲୁହା ବିୟରିଂ ପରିବର୍ତ୍ତେ ରବର ନିର୍ମିତ ଇଲେଷ୍ଟ୍ରମେଟ୍ରିକ ବିୟରିଂ ଲଗାଯାଇଛି । ଯାହା ଦ୍ୱାରା ପୋଲର ସ୍ଥାୟିତ୍ୱ ୧୦୦ରୁ ବର୍ଷରୁ ଅଧିକ ହେବ ବୋଲି କୁହାଯାଇଛି ।ସୂଚନା ଥାଉକି, ଯୋଡା ସହରରେ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ୨୦୨୦ ନଭେମ୍ବର ମାସ ୧୨ ତାରିଖରେ ଏହି ଫ୍ଲାଏଓଭରର ଭିତ୍ତିିପ୍ରସ୍ତର ସ୍ଥାପନ କରିଥିଲେ। ଜିଲ୍ଲା ଖଣିଜ ପାଣ୍ଠିରୁ ଯୋଡ଼ା ଫ୍ଲାଏ ଓଭର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post