ସରିଛ ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସରିଛି। ତେବେ ଏହାରି ଭିତରେ ଏକଜିଟ ପୋଲ ବା ବୁଥ୍ ବାହୁଡା ମତ ପ୍ରକାଶ ପାଇଛି। ଓଡ଼ିଶାକୁ ନେଇ ବିଭିନ୍ନ ଏଜେନ୍ସି ଭିନ୍ନ ଭିନ୍ନ ଆକଳନ କରିଥିବାବେଳେ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଚମକେଇ ଦେବା ଭଳି ସର୍ଭେ ପ୍ରକାଶ କରିଛି।ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଅନୁଯାୟୀ, ଭାଜପାକୁ ୧୮ରୁ ୨୦ ମିଳୁଥିବାବେଳେ ବିଜେଡିକୁ ୦-୨ ଓ କଂଗ୍ରେସକୁ ୦-୧ ଆସନ ମିଳିପାରେ ବୋଲି ଆକଳନ କରାଯାଉଛି। ଯାହା ସମସ୍ତଙ୍କୁ ତାଜୁବ କରି ଦେଇଛି।କେବଳ ଏତିକି ନୁହେଁ ଅନ୍ୟ ଏଜେନ୍ସିମାନଙ୍କର ସର୍ଭେନୁସାରେ ମଧ୍ୟ ଭାଜପା ଲୋକ ସଭାରେ ଓଡ଼ିଶାରେ କ୍ଲିନ ସ୍ବିପ କରୁଛି। ଇଣ୍ଡିଆ ଟିଭି ଏକଜିଟ ପୋଲ ଅନୁସାରେ, ଭାଜପା ୧୫-୧୭ ଆସନରେ ବିଜୟୀ ହେଉଥିବାବେଳେ ବିଜେଡି ୪-୬ ସୀମିତ ରହିଛି। ଯେତେବେଳେ କି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବୋଲି କୁହାଯାଉଛି। ସେହିପରି ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ ଆକଳନ ଅନୁଯାୟୀ, ଓଡ଼ିଶାରେ ଭାଜପାକୁ ୧୩ ଲୋକ ସଭା ଆସନ ମିଳୁଥିବାବେଳେ ବିଜୁ ଜନତା ଦଳକୁ ୮ ଆସନ ମିଳିଛି।ଜନ କି ବାତ ଆକଳନ ଅନୁଯାୟୀ, ଭାଜପା ୧୫ରୁ ୧୮ ଓ ବିଜେଡିକୁ ୩ରୁ ୭ ଆସନ ମିଳିପାରେ ବୋଲି କୁହାଯାଉଛି। ନ୍ୟୁଜ ୨୪ର ଚାଣକ୍ୟ ଏଜେନ୍ସି ଆକଳନ ଅନୁଯାୟୀ, ଭାଜପାକୁ ୧୬ ଆସନ ମିଳୁଥିବାବେଳେ ବିଜେଡିକୁ ୪ ଓ କଂଗ୍ରେସକୁ ୧ ମିଳିପାରେ ବୋଲି ଆକଳନ କରାଯାଉଛି। ରିପବ୍ଲିକ ମାର୍ଟିଜ ଅନୁସାରେ, ଭାଜପା ୯-୧୨ ଆସନ ଓ ବିଜେଡି ୭-୧୦ ଆସନ ମିଳୁଥିବାବେଳେ କଂଗ୍ରେସକୁ ୧ ଆସନ ମିଳିପାରେ ବୋଲି ଆକଳନ କରିଛି। ଏବିପିର ସି ଭୋଟର ଅନୁଯାୟୀ, ଭାଜପାକୁ ୧୭-୧୯ ଆସନ ମିଳୁଥିବାବେଳେ ବିଜେଡିକୁ ୧-୩ ମିଳିପାରେ ବୋଲି ଆକଳନ କରିଛି।କହିରଖୁଛୁ ଯେ, ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନଡିଏ ନେତୃତ୍ୱାଧୀନ ବିଜେଡି ୨୧ରୁ ୨୦ ଆସନ ପାଇଥିଲା। ଯେଉଁଥିରେ ବିଜେଡି ସମର୍ଥନରେ ମୋଦି କେନ୍ଦ୍ରରେ ସରକାର ଗଢିଥିଲେ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post