ଏମ୍ସରେ ଚିକିତ୍ସାଧୀନ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ଏମ୍ସରେ ଚିକିତ୍ସାଧୀନ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ। ଏହି ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ଓ ବର୍ବରୋଚିତ ବୋଲି କହିଛି ବିଜେଡି । ମେଜରଙ୍କ ବାନ୍ଧବୀଙ୍କୁ ଚରମ ଆଘାତ ଲାଗିଛି। ତାଙ୍କର ଶାରୀରିକ ଓ ମାନସିକ ସ୍ତରରେ ଆଘାତ ଲାଗିଛି । ମୁଖ୍ଯମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ଅଛନ୍ତି । ସେ ସବୁବେଳେ ସବୁ କଥାରେ ୨୪ ବର୍ଷ ସରକାରକୁ ଦୋଷ ଦେଉଛନ୍ତି। କିନ୍ତୁ ଭୁବନେଶ୍ୱରରେ ଏଭଳି ଘଟଣା ଖୁବ ନିନ୍ଦନୀୟ । ଏହା ଶହେ ଦିନର ସରକାରର ପୋଲିସ ଉପରେ ନିୟନ୍ତ୍ରଣ ନାହିଁ ବୋଲି ପ୍ରମାଣିତ କରୁଛି। ସୁରକ୍ଷା ବାହିନୀ ଯେଉଁମାନେ ଦେଶ ସୁରକ୍ଷାରେ ରହିଛନ୍ତି ସେମାନଙ୍କ ଉପରେ ପୋଲିସର ଏଭଳି ଜୁଲମ ନିନ୍ଦନୀୟ। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ ହେବା ଦରକାର ।