ଆସନ୍ତା  ୭ ତାରିଖରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଯାଇ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ

ଭୁବନେଶ୍ବର : ଏଥର ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ।  ବିଜେଡି ସଭାପତି ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଚାରକୁ ଓହ୍ଲାଇବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ । ଯଦିଓ ବିଧିବଦ୍ଧ ଭାବେ ଦଳ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ, ତେବେ ନବୀନଙ୍କ ଗସ୍ତ ଆପାତତଃ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ଆସନ୍ତା  ୭ ତାରିଖରେ ସେ ଝାରସୁଗୁଡ଼ା ଯାଇ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ବୋଲି ବରିଷ୍ଠ ନେତାମାନେ କହୁଛନ୍ତି। ଏଥି ପାଇଁ ଦଳର ବରିଷ୍ଠ ନେତାମାନେ କ୍ଷେତ୍ର ସ୍ତରରେ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶେଷ ଥର ପାଇଁ ପଦ୍ମପୁର‌ରେ ହୋଇଥିବା ଉପନିର୍ବାଚନରେ ନବୀନ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଏବେ ପୁଣି ଥରେ ଝାରସୁଗୁଡ଼ା ପ୍ରଚାର ପାଇଁ ଯିବେ।