ଆସନ୍ତାକାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସମସ୍ତେ ଶପଥ ଗ୍ରହଣ କରିବେ ବୋଲି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମନ୍ତ୍ରିମଣ୍ଡଳରେ ୩ ମନ୍ତ୍ରୀ ପଦ ଖାଲି ରହିଛି । ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ଦୁଇଟି ଯାକ ମନ୍ତ୍ରୀପଦ ଖାଲି ରହିଥିଲା । ଏହାପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ଯୋଗୁଁ ଗୋଟିଏ ମନ୍ତ୍ରୀପଦ ଖାଲି ରହିଥିଲା । ଅନ୍ୟପଟେ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ବାଚସ୍ପତି ପଦ ମଧ୍ୟ ଖାଲି ରହିଛି । ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରୀ କରିବେ ତାହା ଜଣାପଡିନାହିଁ ।