ଆସନ୍ତାକାଲି କୁମାର ପୁର୍ଣ୍ଣିମା । ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ନୀତିନିର୍ଘଣ୍ଟ ହୋଇଛି । ୨୮ ତାରିଖ ରାତି ୨ ଟାରୁ ଦ୍ୱାରଫିଟା ଯାଇ ଭୋର ୪ଟା ୩୦ ରୁ ୫ଟା ୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୮ ଟା ରୁ ୮ଟା ୩୦ ମଧ୍ୟରେ ବାଳଭୋଗ ଓ ଅପରାହ୍ଣ ୨ ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ । ୪ ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ ।ଚନ୍ଦ୍ରଗ୍ରହଣ ପାଇଁ ସମ୍ବଲପୁରର ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପୂଜାବିଧି ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ମଙ୍ଗଳ ଆଳତି ସକାଳ ୫ଟାରେ ହେବ । ସକାଳ ୬ ଟାରୁ ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ହେବ ଅନ୍ୟନୀତି । ୧୧ଟା ୪୫ରୁ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ଏହି ସମୟରେ ମାଆଙ୍କ ନିକଟରେ ଅନ୍ନଭୋଗ ଲାଗିହେବ । ଏହାପରେ ମାଆଙ୍କ ରାଜରାଜେଶ୍ୱରୀ ବେଶ, ଧ୍ୱଜରୋହଣ ପର୍ବ ଓ ମହାଦୀପ ଉଠିବ । ଅପରାହ୍ନ ୨ ଟାରୁ ୩ଟା୧୫ ପର୍ଯ୍ୟନ୍ତ ପୁଣି ଲୋକମାନେ ଦର୍ଶନ ସୁଯୋଗ ପାଇବେ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post