ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ କେଉଁଠାରେ ୫୦ ଟଙ୍କାରେ ଲୋକମାନଙ୍କୁ କିଣିବାକୁ ପଡୁଛି। କିଛି ସ୍ଥାନରେ ଖୁଚୁରାରେ ୫୫ ଟଙ୍କାରେ ମଧ୍ୟ ବିକ୍ରି ହେଉଥିବା ଖବର ମିଳୁଛି। ଏସବୁ ସ୍ଥିତି ଦେଖି ଗ୍ରାହକମାନଙ୍କ ମଧ୍ୟରେ ଛନକା ସୃଷ୍ଟି ହେଲାଣି। ଖୋଲା ବଜାରରେ ଆଳୁ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ କହିବା କଥା, ପାଇକାରୀ ବଜାରରେ ପର୍ଯ୍ୟାପ୍ତ ଆଳୁ ମିଳୁନାହିଁ। ତେଣୁ ଉଚ୍ଚା ଦରରେ ଆଳୁ କିଣିବାକୁ ପଡୁଛି। ମିଳୁଥିବା ଆଳୁ ପ୍ୟାକେଟରୁ ବହୁ ପରିମାଣର ପଚାଶଢ଼ା ବାହାରୁଛି। ତେଣୁ ବାଧ୍ୟହୋଇ ଅଧିକ ଦାମ୍ରେ ଆଳୁ କିଣିବାକୁ ପଡୁଛି। ଆଳୁ ଦର ବୃଦ୍ଧି ସମସ୍ୟା ଉପୁଜିବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ଏହା ପରେ ମନ୍ତ୍ରୀ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ରହିଛି, ତାହା ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଚାଲିବ।
ଅନ୍ୟପଟେ ପଶ୍ଚିମବଙ୍ଗରୁ ପ୍ରତ୍ୟେକ ଦିନ ଶତାଧିକ ଆଳୁ ବୋଝେଇ ଟ୍ରକ୍ ଓଡ଼ିଶା ଆସୁଥିବା ବେଳେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଶତାଧିକ ଆଳୁ ବୋଝେଇ ଟ୍ରକ୍ ଅଟକାଇ ରଖି ଦିଆଯାଇଥିଲା। ଟ୍ରକ୍ ଧରି ଓଡ଼ିଶା ଆସିବାକୁ ଅପେକ୍ଷା କରିଥିବା ଡ୍ରାଇଭରମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି, ଆଳୁ ବୋଝେଇ ଟ୍ରକ୍ ଶୁଣିଲେ ପୋଲିସ ଏଠାରେ ଅଟକାଇ ରଖୁଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଟ୍ରକ୍ ଅଟକାଇବାକୁ ନିର୍ଦ୍ଦେଶ ଥିବା ଓ ଓଡ଼ିଶା ନ ଛାଡ଼ିଦେବାକୁ କୁହାଯାଉଥିବା ଟ୍ରକ୍ ଡ୍ରାଇଭରମାନେ କହିଛନ୍ତି। ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଳୁ ବୋଝେଇ ଟ୍ରକ୍ ସବୁ ଓଡ଼ିଶାକୁ ନ ଛାଡ଼ି ଫେରାଇ ନିଆଯାଇଛି। ଏଭଳି ସ୍ଥିତିରେ ଯୋଗାଣ ମନ୍ତ୍ରୀ ପ୍ରଥମେ କହିଥିଲେ, ବଜାରକୁ ଅନୁଧ୍ୟାନକରି ଆସିଛନ୍ତି। ବଜାରରୁ ଶୁକ୍ରବାର ଯାଇ ଆଳୁ କେଜି ୨୭ ଟଙ୍କାରେ କିଣି ଆଣିଛନ୍ତି। ଅଫିସରମାନଙ୍କୁ ନେଇ ବିଭିନ୍ନ ଗୋଦାମରେ ଛାପା ମାରିଥିଲେ। ସେଠାରେ କିଣା ମୂଲ୍ୟ ୨୭ ଟଙ୍କା ରହିଛି। ମନ୍ତ୍ରୀ ଗୋଦାମରେ ପଚାରିଲେ ଯଦି ୨୭ ଟଙ୍କାରେ ଆଳୁ ବିକ୍ରି କରୁଛ, ତେବେ ଖୁଚୁରା ବଜାରରେ କେତେ ହେବା ଆବଶ୍ୟକ। ଗୋଦାମ ଲୋକ କହିଥିଲେ, ଖୁଚୁରା ବଜାରରେ ଆଳୁ କେଜି ୩୨ ଟଙ୍କା ହେବା କଥା। ତା’ଠାରୁ ଅଧିକ ହେବା କଥା ନୁହେଁ। ଏହି ପରିପ୍ରେକ୍ଷୀରେ ବେପାରୀମାନଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକନ୍ତୁ ନାହିଁ ନଚେତ୍ କାର୍ଯ୍ୟାନୁଷ୍ଠାନ ହେବ। ଅସାଧୁ ବେପାରୀ ଯେଉଁମାନେ ୫୦ରୁ ଅଧିକ ଟଙ୍କାରେ ଆଳୁ ବିକୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଜାଣିକି ଆଳୁର ମୂଲ୍ୟ ବଢ଼ାଇ ଖାଉଟିଙ୍କ ଉପରେ ଚାପ ନ ପକାଇବାକୁ ମନ୍ତ୍ରୀ କହିଛନ୍ତି।
ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଯାହା ସବୁ ଆଳୁ ବଜାରରେ ଉପଲବ୍ଧ ଥିଲା ତାହା ସରି ଆସିଲାଣି। ବଜାରରେ ମଧ୍ୟ ଆଳୁ ଉଚ୍ଚା ରେଟ୍ ହୋଇଚାଲିଛି। ରାଜ୍ୟ ସରକାରଙ୍କୁ ଅନୁରୋଧ, ସେମାନେ ପଶ୍ଚିମବଙ୍ଗ କର୍ତ୍ତୃପକ୍ଷଙ୍କ ସହ ଏ ବିଷୟରେ ବିଶଦ ଆଲୋଚନାକରି ତାକୁ କିପରି ତୁରନ୍ତ ସମାଧାନ କରାଯାଇପାରିବ ସେଥିପ୍ରତି ଧ୍ୟାନଦିଅନ୍ତୁ। ଏହାସହ ଆଗରୁ ଯେପରି ସବୁବେଳେ ଆଳୁ ଆସିପାରୁଥିଲା ସେମିତି କିଭଳି ଆସିବ ସେଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ପଣ୍ଡା କହିଛନ୍ତି।
ନବୀନ ସରକାର ସମୟରେ ଆରମ୍ଭ ହୋଇଥିବା ଆଳୁ ମିଶନ ସମ୍ପୂର୍ଣ୍ଣ ଫେଲ୍ ମାରିଛି।
Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
Prev Post
Next Post