ଆଜି ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ । ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ଗାଁଠୁ ସହର । ସବୁଆଡ ରଙ୍ଗୀନ ଆଲୋକମାଳାରେ ସଜା ହୋଇଛି । ସବୁଆଡ଼େ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ତେବେ ଆଉ କିଛି ସମୟପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଉଡ଼ାଇବେ ଜାତୀୟ ପତାକା । ଦେଶବାସୀଙ୍କୁ କରିବେ ସମ୍ବୋଧନ । ଲାଲ୍ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଣ୍ଟି ଡ୍ରୋନ୍ ସିଷ୍ଟମକୁ ସଜାଗ ରଖାଯାଇଛି। ଭୂମିରୁ ଆକାଶ ପର୍ଯ୍ୟନ୍ତ ସ୍ନାଇପରମାନଙ୍କର ନଜର ରହିଛି। ଲାଲ୍ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥାରେ ଏଆଇର ସହାୟତା ମଧ୍ୟ ନିଆଯାଇଛି। ପ୍ରାୟ ୨୨ ହଜାର ଅତିଥିଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଏଜେନ୍ସି ଦିଲ୍ଲୀର ପ୍ରତ୍ୟେକ ରାସ୍ତା ଏବଂ ପ୍ରତ୍ୟେକ ବଜାରରେ କଡା ନଜର ରଖିଛନ୍ତି। ଲାଲ୍ କିଲ୍ଲାର ଭିତରେ ପ୍ରାୟ ୪ ଟି ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ନିୟୋଜିତ କରାଯାଇଛି। ଲାଲ୍ କିଲ୍ଲାର ବିଭିନ୍ନ ସ୍ଥାନରେ ଏନଏସଜି ଦଳ ନିୟୋଜିତ ହୋଇଛନ୍ତି। ଚାନ୍ଦନୀ ଚୌକର ପ୍ରାୟ ୩୦୦ ଛାତ ଉପରେ ସ୍ନାଇପରମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ଲାଲ୍ କିଲ୍ଲାର ୫ କିଲୋମିଟର ବ୍ୟାସାର୍ଦ୍ଧରେ ସିସିଟିଭିର ନଜର ରଖାଯାଇଛି। ଭିଭିଆଇପି ମାର୍ଗରେ ଏଆଇ ଟେକ୍ନୋଲୋଜି ସହିତ ୫୦୦ ରୁ ଅଧିକ କ୍ୟାମେରା ଲଗାଯାଇଛି।ଏପଟେ ରାଜ୍ୟର ଭୁବନେଶ୍ବର ଗାନ୍ଧି ମାର୍ଗରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ପ୍ରଥମଥର ପାଇଁ ମିଳିତ ପରେଡରେ ସେ ଅଭିବାଦନ ଗ୍ରହଣ କରିବେ । ଏଥର ପରେଡେ ୫୮ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରୁଛନ୍ତି । ତେବେ ବହୁବର୍ଷ ପରେ ପରେଡରେ ଅଂଶଗ୍ରହଣ କରିବେ ଘୋଡ଼ା । ୯ଟି ଘୋଡ଼ାରେ ଏନ୍ସିସି କ୍ୟାଡେଟ୍ ବସି ପରେଡରେ ଅଂଶଗ୍ରହଣ କରିବେ ।() ରାଜଧାନୀକ ଗାନ୍ଧି ମାର୍ଗରେ ଘୋଡ଼ା । ଆଉ ଘୋଡ଼ା ଉପରେ ଏନ୍ସିସି କ୍ୟାଡେଟ୍ । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନରେ ବହୁ ବର୍ଷ ପରେ ସାମିଲ ହେବେ ଘୋଡ଼ା । ସ୍ବାଧୀନତା ଦିବସ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ମୁତୟନ ହୋଇଛନ୍ତି ୩୦ପ୍ଲାଟୁନ ଫୋର୍ସ । ସେହିପରି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ସ୍ବତନ୍ତ୍ର ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୋଲିସ । ପରେଡ ସ୍ଥଳକୁ ଛୁଉଁଥିବା ସବୁ ରାସ୍ତା ବନ୍ଦ ରହିଛି । ଆଜି ସକାଳ ୬ଟା ୩୦ ମିନିଟରୁ ପରେଡ ସରିବା ପର୍ଯ୍ୟନ୍ତ କୌଣସି ଭାରୀଯାନ ରାମମନ୍ଦିର ଛକ ଠାରୁ ରାଜମହଳ ଛକ ମଧ୍ୟରେ ଚଳାଚଳ କରିପାରିବେ ନାହିଁ । ସେହିପରି ମହାତ୍ମାଗାନ୍ଧୀ ମାର୍ଗ ଦେଇ ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ପିଏମଜି ଛକ ମଧ୍ୟରେ କୌଣସି ପ୍ରକାରର ଯାନବାହାନ ଚଳାଚଳ କରିପାରିବେ ନାହିଁ । ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଛକ ଆଡକୁ ଯାଉଥିବା ଗାଡ଼ିଗୁଡିକ କେଶରୀ ଟକିଜ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post