ଆଜିଠୁ ‘ସୁଭଦ୍ରା’ ଯୋଜନା ଆରମ୍ଭ

ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପାଇଁ ପ୍ରାୟତଃ ସମସ୍ତ ଜିଲ୍ଲାରେ ଆବେଦନ ଫର୍ମ ଉପଲବ୍ଧ ହୋଇସାରିଛି। ଯେଉଁଠି ଉପଲବ୍ଧ ହୋଇପାରି ନାହିଁ, ଖୁବ୍‌ ଶୀଘ୍ର ପହଞ୍ଚି ଯିବ ବୋଲି ରାଜ୍ୟ ସରକାର ଦୃଢ଼ୋକ୍ତିର ସହିତ କହିଛନ୍ତି। ସେପ୍ଟେମ୍ବର ୧ ତାରିଖ ଠାରୁ ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କର ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୃଷ୍ଟ କରାଯାଇଛି।ସୁଭଦ୍ରା ଯୋଜନା ପାଇଁ ମୋହନ ସରକାର କିଛି ଦିନ ପୂର୍ବରୁ ମାର୍ଗଦର୍ଶିକା ଜାରି କରିସାରିଛନ୍ତି। ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି। ଆଜି ୟୁଟ୍ୟୁବ୍ ଲାଇଭ୍ର ଉଦ୍‌ବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।ଶ୍ରୀମତୀ ପରିଡ଼ା କହିଛନ୍ତି, ଉଭୟ ଅଫଲାଇନ୍ ଓ ଅନଲାଇନ ମାଧ୍ୟମରେ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀମାନେ ଆବେଦନ କରିପାରିବେ। ଗୋଟିଏ ପରିବାରର ଏକାଧିକ ମହିଳା ମଧ୍ୟ ଏହି ଯୋଜନାରେ ଲାଭ ପାଇବେ। ୫ ବର୍ଷରେ ୧୦ଟି କିସ୍ତିରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ମିଳିବ। ୨୧ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ପାଇବେ। ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଅଧ‌ିକ ମହିଳା ଉପକୃତ ହୋଇପାରିବେ।