ଆଜିଠୁ ଶକ୍ତିପୀଠରେ ନବରାତ୍ର ପୂଜା

ଆଜିଠୁ ଶକ୍ତିପୀଠରେ ଆରମ୍ଭ ହେଉଛି ନବରାତ୍ର ପୂଜା । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ ବିଭିନ୍ନ ଶକ୍ତିପୀଠ । ଶାରଦୀୟ ଦୁର୍ଗାପୂଜା ଅବସରରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା । ଆଜିଠାରୁ ମା  ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି  । ନବରାତ୍ର ପୂଜା ଦୃଷ୍ଚିରୁ ମାଆଙ୍କ ପୀଠରେ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । କଟକ ଚଣ୍ଡି, ମାଆ ସମଲେଇଙ୍କ ପୀଠରେ  ଆଜିଠୁ ଆରମ୍ଭ ହେଉଛି ନବରାତ୍ର ପୂଜା । ଗତକାଲି ପରି ଆଜି ବି ଧବଳମୁଖି ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଶ୍ବରୀ । ଅଢେଇ ଦିନ ପର୍ଯ୍ୟନ୍ତ ମାଆଙ୍କୁ ଧବଳମୁଖି ବେଶ କରିବା ନେଇ ପରମ୍ପରା ରହିଛି । ଅନ୍ୟପଟେ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ ଖଡି ଲାଗି ପରେ ଆଜିଠୁ ରଙ୍ଗକାମ କରାଯାଉଛି । ମଣ୍ଡପରେ ସାଜସଜା, ରୁପା ମେଢ ଓ ତୋରଣ କାମ ମଧ୍ୟ ଜୋରସୋରରେ ଚାଲିଛି ।