ଆଜିଠୁ ପ୍ରାର୍ଥିପତ୍ର ଦାଖଲ
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ (ଦେଶରେ ଷଷ୍ଠ ପର୍ଯ୍ୟାୟ) ନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ମେ’ ୨୫ରେ ନିର୍ବାଚନ ହେବ। ଏହି ସବୁ ଆସନରେ ଆସନ୍ତାକାଲି ଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ମେ’୬ ତାରିଖ ପର୍ଯ୍ୟନ୍ତ ଚାଲିବ।