ଆଜିଠୁ ପୁଣି ଗ୍ରୀଷ୍ମ ଲହରି

ରାଜ୍ୟରେ ଏବେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢ଼ିଆରେ ଲାଗିଛି । ତାତି ଏପରି ଲାଗୁଛି ସତେ ଯେପରି ନିଆଁ ବର୍ଷିବା ଆରମ୍ଭ ହୋଇଯାଉଛି। ଏବେ ଖରାକୁ ବାହାରିଲେ ହାତ, ମୁହଁ ଜଳିଗଳା ଭଳି ଲାଗୁଛି । ଭୁବନେଶ୍ବର ତାପମାତ୍ରା  ବଢ଼ିବାରେ ଲାଗିଛି । ଆଜି ପୁଣି ବଢ଼ିବ ବୋଲି ଅନୁମନ କରାଯାଉଛି ।  ଦି’ପହର ବେଳକୁ ରାଜ୍ୟର ଅନେକ ସହରର ତାପମାତ୍ରା ୪୦ ଡିଗ୍ରି ଟପି ଯାଉଛି । ଗତକାଲି  ଝାରସୁଗୁଡ଼ା ୪୧.୨ ଡିଗ୍ରି ଓ ସମ୍ବଲପୁର ୪୦.୮ ଡିଗ୍ରି। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୪୦.୭ ଡିଗ୍ରି ଓ କଟକରେ ୪୦ ଡିଗ୍ରି ରହିଥିଲା। ଏଥିସହ ବୌଦ୍ଧ ଓ ଟିଟିଲାଗଡ଼ ୪୦.୫ ଡିଗ୍ରି, ଅନୁଗୁଳ ଓ ସୁନ୍ଦରଗଡ଼ରେ ମଧ୍ୟ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ‌ହୋଇଯାଇଛି।