ଆଉ ପାଖରେ ରହିବନି କୋକୋ

ଆଉ ପାଖରେ ରହିବନି କୋକୋ

ମେଟ୍ରୋ ଟିଭି ଓଡିଶା,୧୯/୧: ମିଳିଥିବା କୋକୋର ନୂଆ ଠିକଣା ପାଲଟିଲା ନନ୍ଦନକାନନ । ବନବିଭାଗର କର୍ମଚାରୀ ମାନେ ଆସି ତାକୁ ନେଇ ଯାଇଛନ୍ତି । ସେ ଆଉ ନିଜ ମାଲିକଙ୍କ ସହ ରହିବ ନାହିଁ । କଟକ ମଧୁସୂଦନନଗରସ୍ଥିତ ନିଜ ମାଲିକ ସୁସ୍ମିତା ବେହେରାଙ୍କ ଶୁଆ ଥିଲା କୋକୋ । ଆଇନର କଥା କହି କୋକୋକୁ ନେଇଯାଇଛି ବନବିଭାଗ । ଘରେ ବୁଲି ଖେଳୁ ଥିବା କୋକୋ ଆଉ ପାଖରେ ରହିବନି । ସେ ଅସୁସ୍ଥ ଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସୁସ୍ମିତା ।

ସୂଚନା ଅନୁସାରେ , ବର୍ଷେ କାଳ ପ୍ରଫେସର ବେହେରା ନିଜ ପୁଅ ଭଳି ସ୍ନେହ, ଶ୍ରଦ୍ଧାରେ ପାଳି ଆସୁଥିବା ‘କୋକୋ’କୁ ବନ ବିଭାଗ ବନ୍ୟଜନ୍ତୁ ଆଇନ ଆଳରେ ଜବରଦସ୍ତ ଛଡ଼ାଇନେବା ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଇନର କାର‌୍ୟ୍ୟକାରିତା ନେଇ ପ୍ରଶ୍ନ ବି ଉଠିଛି । ତେବେ କୋକୋକୁ ବନବିଭାଗ ନେଇଯିବା ପରେ ଏବେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁଳସୀପୁର ମଧୁସୂଦନ ନଗର ଅଞ୍ଚଳର ପ୍ରଫେସର ସୁସ୍ମିତା ବେହେରାଙ୍କ ଘରୁ ତାଙ୍କ ପାଳିତ ଶୁଆ ‘କୋକୋ’ କିଛି ଦିନ ତଳେ କେଉଁଆଡ଼େ ଚାଲି ଯାଇଥିଲା । ଯିଏ ଶୁଆଟି ସମ୍ପର୍କରେ ସୂଚନା ଦେବେ ତାଙ୍କୁ ୫ ହଜାର ଟଙ୍କାର ପୁରସ୍କାର ଦେବେ ବୋଲି ସେ ଘୋଷଣା କରିଥିଲେ । ଏ ଖବର ଗଣମାଧ୍ୟମରେ ପ୍ରକାଶ ପରେ ଗତ ୧୭ ତାରିଖରେ ଭୁବନେଶ୍ୱରର କେଶୁରାରୁ ‘କୋକୋ’ ଉଦ୍ଧାର ହୋଇଥିଲା । ମଙ୍ଗଳବାର କଟକ ସିଟି ଫରେଷ୍ଟ ଡିଭିଜନ୍ର ଅଧିକାରୀମାନେ ସୁସ୍ମିତାଙ୍କ ଘରେ ଦିନ ୨ଟାରେ ପହଞ୍ଚି ଶୁଆଟିକୁ ଜବତ କରି ନେଇଥିଲେ ।