ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷରେ  ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରିଛି ବିସିସିଆଇ । ୧୫ ସଦସୀୟ ଟିମର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯଆଇଛି । ସେହିପରି ଟିମରେ ପ୍ରଥମକରି ତିଲକ ବର୍ମା ଏବ ଯଶସ୍ୱୀ ଜୟସୱାଲଙ୍କୁ ମଧ୍ୟ ସାମିଲ କରାଯାଇଛି । ଦଳରେ ନିୟମିତ ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟର ବିରାଟ କୋହଲି ସମେତ ସିନିୟର ଖେଳାଳିଙ୍କୁ ସ୍ଥାନ ମିଳିନାହିଁ ।

ଟି-୨୦ ସିରିଜ ପାଇଁ ଭାରତୀୟ ଦଳ: ଇଶାନ କିଶନ (ୱିକେଟକିପର), ଶୁଭମନ ଗିଲ୍, ଯଶସ୍ୱୀ ଜୟସୱାଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ସଞ୍ଜୁ ସାମସନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମରାନ ମଲିକ, ଆବେଶ ଖାନ, ମୁକେଶ କୁମାର ।