ଗତ ଏକ ବର୍ଷ ମଧ୍ୟରେ ଭଲ ପ୍ରଦର୍ଶନ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସହ ୬ଟି ବିକାଶ ଅଭିମୁଖୀ ଦେଶକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ତାଲିକାରେ ମେକ୍ସିକୋ ମଧ୍ୟ ସାମିଲ ରହିଛି, ଯାହାକୁ ନିଜର ଫୁଟବଲ ଟୀମ ପାଇଁ ଅଧିକ ପରିଚୟ ମିଳିଛି ଏବଂ ଏହି ଦେଶ କ୍ରିକେଟ ଖେଳରେ ମଧ୍ୟ ପରିଚୟ ସୃଷ୍ଟି କରିଛି । ମେକ୍ସିକୋ, ଓମାନ, ନେପାଳ, ସ୍କଟଲ୍ୟାଣ୍ଡ, ୟୁଏଇ ଏବଂ ନେଦରଲ୍ୟାଣ୍ଡକୁ ଏହି ଆୱାର୍ଡ ମିଳିଛି ।ଆଇସିସି ଡେଭଲପମେଣ୍ଟ ପୁରସ୍କାର ୨୦୦୨ ରେ ଆରମ୍ଭ କରାଯାଇଥିଲା ଯାହା ଆସୋସିଏଟ ସଦସ୍ୟ ଦେଶରେ ଖେଳକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ପାଇଁ ଦିଆଯାଇଥାଏ । ଏହା କୌଣସି ବିକାଶ କାର୍ଯ୍ୟକ୍ରମ ଅଧୀନରେ ହେଉ କିମ୍ବା ଖେଳ ପଡିଆରେ ବିଭିନ୍ନ ପ୍ରୟାସ ମାଧ୍ୟମରେ କରାଯାଉଛି ।ଆଇସିସିର ଜେନେରାଲ ମ୍ୟାନେଜର ବିଲିୟମ ଗ୍ଲେନରାଇଟ କହିଛନ୍ତି ଯେ, ଆଇସିସି ଡେଭଲପ ମେଣ୍ଟ ପୁରସ୍କାରର ଆଇସିସି ସଦସ୍ୟଙ୍କ ଦ୍ୱାରା ବିକାଶ ଅଭିମୁଖୀ ଦେଶଗୁଡିକରେ କ୍ରିକେଟରେର ବିକାଶ ପାଇଁ କରାଯାଇଥିବା କାମକୁ ମାନ୍ୟତା ଦେବାର ଲମ୍ବା ଇତିହାସ ରହିଛି । ପ୍ରତ୍ୟେକ ବର୍ଷ ଏହି ଯୋଜନାରେ କିଛି ପ୍ରେରଣାଦାୟୀ ଏବଂ ଉତ୍ତମ କାହାଣୀ ସାମ୍ନାକୁ ଆସିଛି ଏବଂ ଚଳିତ ବର୍ଷ ମଧ୍ୟ ଭଲ ରହିଛି ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Next Post