୩୧ ବର୍ଷର ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଆଜି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଦୀର୍ଘ ୩୧ ବର୍ଷ ହେବ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ହେଲେ ଟେଷ୍ଟ ସିରିଜ୍ ଜିତି ନ ଥିବା ବେଳେ ସମସ୍ତଙ୍କର ନଜର ଭାରତ ଉପରେ ରହିଛି। ଅନ୍ୟପଟେ ଚଳିତ ବିଶ୍ୱକପର ପରାଜୟକୁ ନେଇ ଆଜି ବି ଭାରତୀୟଙ୍କ ମନରେ କଷ୍ଟ ଭରି ରହିଛି । ତେବେ ଏହି ଏହି ଦୁଃଖକୁ ସାମାନ୍ୟ ଦୂର କରିବା ପାଇଁ ଭାରତୀୟ ଦଳ ପାଖରେ ଏକ ବଡ଼ ସୁଯୋଗ ରହିଛି। ଯଦି ଆଫ୍ରିକାରେ ଭାରତୀୟ ଦଳର ବିଜୟ ହୁଏ ତେବେ ୩୧ ବର୍ଷର ରେକର୍ଡ ଭାଙ୍ଗିବ ଭାରତ। ଫଳରେ ବିଶ୍ୱକପ ପରାଜୟର ଦୁଃଖ ଲାଘବ ହେବ। ଏଣୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବ।ତେବେ ମ୍ୟାଚ୍ର ସବୁ କିଛି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ନିର୍ଭର କରୁଛି। ଏହି ଦୁଇ ବରିଷ୍ଠ ଖେଳାଳି ମ୍ୟାଚ୍କୁ କେମିତି ପରିଚାଳନା କରୁଛନ୍ତି, ତାହା ଭାରତର ଇନିଂସକୁ ନିର୍ଦ୍ଧାରଣ କରିବ। ସେହିପରି ମହମ୍ମଦ ଶାମିଙ୍କ ଅନୁପସ୍ଥିତିରେ ନବାଗତ ମୁକେଶ କୁମାର କେମିତି ପ୍ରଦର୍ଶନ କରୁଛନ୍ତି, ତାହା ମଧ୍ୟ ଦେଖିବାକୁ ବାକି ରହିଛି। ପିଚ୍ରେ ଅତିରିକ୍ତ ବାଉନ୍ସ ରହିବ।