ମେଟ୍ରୋ ଟିଭି ଓଡିଶା (୨୦.୪.୨୦୧୨)
ଏଏଫ୍ସି ପୁରୁଷ ଏସିଆନ କପ୍ ଫୁଟବଲ ୨୦୨୩ ଚୂଡାନ୍ତ ଯୋଗ୍ୟତା ପଯ୍ୟାୟ ମ୍ୟାଚ ଜୁନରେ କଲକାତାରେ ଭାରତ ଖେଳିବ । ଭାରତୀୟ ଦଳ ପ୍ରସ୍ତୁତି ନେଇ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ପକ୍ଷରୁ ସମ୍ଭାବ୍ୟ ଶିବିର ପାଇଁ ୪୧ଜଣିଆ ଖେଳାଳି ମନୋନୟନ କରାଯାଇଛି। ମୁଖ୍ୟ ପ୍ରଶିକ୍ଷକ ଇଗାର ଷ୍ଟିମାକଙ୍କ ନେତୃତ୍ବରେ କଲକାତାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଖେଳାଳିମାନେ ୨୩ରୁ ଜୈବ ନିରାପତ୍ତା ବଳୟ ମଧ୍ୟରେ ରହିବାବେଳେ ମେ ୮ରୁ କଲକାତାରେ ଶିବିର ଆରମ୍ଭ ହେବ।

ଶିବିରରେ ସ୍ଥାନ ପାଇଥିବା ଏଟିକେ ମୋହନବାଗାନ୍ ଓ ମୁମ୍ବଇ ସିଟି ଏଫ୍ସି କ୍ଳବ ଖେଳାଳିମାନେ ଏଏଫ୍ସି କ୍ଳବ ମ୍ୟାଚ ଶେଷ ହେବା ପରେ ଯୋଗ ଦେବେ ବୋଲି ଏଆଇଏଫଏଫ ପକ୍ଷରୁ କୁହାଯାଇଛି।ଭାରତ ଗ୍ରୁପ ଡି ରେ ଆଫଗାନିସ୍ତାନ, ହଂକଂ, କାମ୍ବୋଡିଆ ସହ ସ୍ଥାନ ପାଇଛି। ଭାରତ ଜୁନ୍ ୮ରେ ପ୍ରଥମ ମ୍ୟାଚ କାମ୍ବୋଡିଆ ସହ ଖେଳିବ।