୨୦୦ ରନ୍‌କୁ ବହୁତ ବଡ଼ 

ଚଳିତ ଆଇପିଏଲ୍‌ରେ ଅନେକ ମ୍ୟାଚ୍‌ଗୁଡ଼ିକର ସ୍କୋର ୩୦୦ ପାଖାପାଖି ହୋଇଯାଉଛି। ହେଲେ ରନ୍‌ର ପାହାଡ଼ ଛିଡ଼ା ହୋଇପାରୁଥିବା ଘଟଣାଗୁଡ଼ିକର କାରଣ ‘ଇମ୍ପାକ୍ଟ ପ୍ଲେୟର’ ବୋଲି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ତଥା ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏକ ସାକ୍ଷାତକାରରେ କହିଛନ୍ତି। ପଣ୍ଟିଂଙ୍କ ଅନୁସାରେ, ଇମ୍ପାକ୍ଟ ପ୍ଲେୟର ନିୟମ ଆସିବା ଦ୍ବାରା ବ୍ୟାଟର୍‌ମାନେ ନିର୍ଭୀକ ହୋଇଯାଇଛନ୍ତି ଏବଂ ପୂର୍ବାପେକ୍ଷା ଅଧିକ ଶକ୍ତ ପ୍ରହାର କରିପାରୁଛନ୍ତି। ପୂର୍ବରୁ ବ୍ୟାଟର୍‌ମାନେ ପିଚ୍‌ରେ ଜମିଯିବାକୁ ଅନ୍ୟୁନ ୫/୬ ବଲ୍‌ ଖେଳୁଥିଲେ। କିନ୍ତୁ ଏବେ ପ୍ରଥମ ବଲ୍‌ରୁ ପ୍ରହାର କରିବାକୁ ଯାଉଛନ୍ତି। ଯଦି ତୁମେ ୧୫ ବଲ୍‌ର ସାମ୍ନା କରୁଛ ତାହେଲେ ୪୦ ପାଖାପାଖି ରନ୍‌ ସଂଗ୍ରହ କରିପାରୁଛ। ଏହା ‌ମ୍ୟାଚ୍‌ର ଫଳାଫଳରେ ବଡ଼ ଭୂମିକା ନେଉଛି। ଯାହାଫଳରେ ଦଳଗୁଡ଼ିକ ତ୍ରିଶତକ ପାଖାପାଖି ରନ୍‌ କରୁଛନ୍ତି ଏବଂ କେତେକ କ୍ଷେତ୍ରରେ ସେଗୁଡ଼ିକ ସଫଳ ପଶ୍ଚାତ୍‌ଧାବନ ମଧ୍ୟ ହୋଇଯାଉଛି ବୋଲି ପଣ୍ଟିଂ କହିଛନ୍ତି।