୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପ୍ରେ ବିଜୟ ଧାରା ଜାରି
ବ୍ଳୋଏମ୍ଫଣ୍ଟେନ: ସୁପର-୬ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ସହ ଶୀର୍ଷ ସ୍ଥାନରେ ଏହି ପର୍ଯ୍ୟାୟରେ ପହଞ୍ଚିଥିଲା ଭାରତ। ମଙ୍ଗଳବାର ସୁପର୍-୬ ପ୍ରଥମ ମ୍ୟାଚ୍ରେ ଭାରତ ୨୧୪ ରନ୍ର ବଡ଼ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ମୁସୀର ଖାନ୍ ୧୩୧ ଏବଂ ଆଦର୍ଶ ସିଂହ ୫୨ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୮ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା। ୨୯୬ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୨୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୮୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ସୌମି ପାଣ୍ଡେ ୪, ରାଜ ଲିମ୍ବାନି ଓ ମୁସୀର ଖାନ ୨ ୱିକେଟ୍ ଲେଖାଏଁ ନେଇଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ମୁସୀରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତ ପରବର୍ତ୍ତୀ ମ୍ୟାଚ୍ ନେପାଳ ବିପକ୍ଷରେ ଶୁକ୍ରବାର ଖେଳିବ।