ସେମି ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ
ଜାପାନରେ ଚାଲିଥିବା ୨୦ତମ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟ ଟିମର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଭାରତ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହୋଇଥାନ୍ତେ । କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ରଦ୍ଦ ହୋଇଛି । ଫଳରେ ମ୍ୟାଚ ନ ଖେଳି ଭାରତ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଛି । କେବଳ ଏହି ମ୍ୟାଚ ନୁହେଁ, ପାକିସ୍ତାନ ଏବଂ ହଂକଂ ମଧ୍ୟରେ ହେବାକୁ ଥିବା ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ ହୋଇଛି । ତେଣୁ ସିଧାସଳଖ ପାକିସ୍ତାନ ମଧ୍ୟ ସେମିଫାଇନାଲରେ ପହଞ୍ଚିଛି ।
ଆଇସିସି ଟି-୨୦ ମାନ୍ୟତାରେ ଭାରତ ଏକ ନମ୍ବର ଏବଂ ଆଫଗାନିସ୍ତାନ ୧୦ ନମ୍ବରରେ ରହିଛି । ଅକ୍ଟୋବର ୧ରେ ଭାରତୀୟ ଦଳ ସେମିଫାଇନାଲ ମ୍ୟାଚ୍ ଖେଳିବ । ସେମିଫାଇନାଲରେ ଭାରତୀୟ ଦଳ ଶ୍ରୀଲଙ୍କା ଓ ନେପାଳ ମଧ୍ୟରେ ଖେଳାଯାଇଥିବା ତୃତୀୟ କ୍ୱାର୍ଟର ଫାଇନାଲର ବିଜେତାଙ୍କୁ ଭେଟିବ । ସେମିଫାଇନାଲରେ ପାକିସ୍ତାନ ଦଳ ବାଂଲାଦେଶ କିମ୍ବା ମାଲେସିଆ ସହିତ ଖେଳିବ ।
ଅକ୍ଟୋବର ୧ରେ ହେବାକୁ ଥିବା ପ୍ରଥମ ସେମିଫାଇନାଲରେ ପାକିସ୍ତାନର ମୁକାବିଲା ବାଂଲାଦେଶ ଓ ମାଲେସିଆ ମଧ୍ୟରେ ହେବାକୁ ଥିବା ଚତୁର୍ଥ କ୍ବାର୍ଟରଫାଇନାଲ୍ ବିଜେତା ସହ ହେବ । ଯଦି ଭାରତ ଓ ପାକିସ୍ତାନ ନିଜ ନିଜର ସେମିଫାଇନାଲ୍ ମ୍ୟାଚ୍ ଜିତନ୍ତି ତେବେ ଫାଇନାଲରେ ଏକ ଐତିହାସିକ ମୁକାବିଲା ଦେଖିବାକୁ ମିଳିପାରେ ।