ସୁପର ଓଭରରେ ଜିତିଲା ଭାରତ

ଶ୍ରୀଲଙ୍କା ଆଗରେ ୨୦୩ ରନର ଲକ୍ଷ୍ୟ ରଖିଥିଲା ଭାରତ

 

 

ଭାରତ ସୁପର ଓଭରରେ ବିଜୟଲାଭ କରିଛି । ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କରିଛି ଭାରତ । ଶ୍ରୀଲଙ୍କା ଆଗରେ ୨୦୩ ରନର ଲକ୍ଷ୍ୟ ରଖିଥିଲା ଭାରତ । କିନ୍ତୁ ଶ୍ରୀଲଙ୍କା ୨୦୨ ରନ କରିବାକୁ ସକ୍ଷମ ହୋଇଥିଲା । ପରେ ସୁପର ଓଭରରେ ଶ୍ରୀଲଙ୍କା ଦୁଇ ଉଇକେଟ ହରାଇ ଦୁଇ ରନ୍ କରିବାକୁ ସମର୍ଥ ହୋଇଥିଲା । ପ୍ରଥମ ବଲରେ ସୂର୍ଯ୍ୟକୁମାର 3ରନ କରି ଭାରତକୁ ବିଜୟ ଦେଇଥିଲେ । ଆଜିର ମ୍ୟାଚ ରୋମାଂଚକର ହୋଇଥିଲା ।

ଶେଷ ବଲ ପର୍ଯ୍ୟନ୍ତ କିଏ ଜିତିବ ତାହା କହିବା ମୁସ୍କିଲ ଥିଲା । ଶ୍ରୀଲଙ୍କାର ଓପନିଂ ବ୍ୟାଟର ପଥୁମ ନିଶଙ୍କା ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ସେ ୫୨ ବଲ୍‌ରେ ନିଜର ଶତକ ପୂରଣ କରିଥିଲେ । ନିଶଙ୍କା 107 ରନ କରି ଶେଷ ଓଭରରେ ଆଉଟ ହୋଇଥିଲେ ।  କୁଶଲ୍‌ ପରେରା ମଧ୍ୟ ଭଲ ଖେଳ ପ୍ରଦର୍ଶନ କରି ୩୨ଟି ବଲ୍‌ରେ ୫୮ ରନ୍‌କରିଥିଲେ।

ଏହି ମ୍ୟାଚରେ ପୁଣି ଥରେ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୨ ରନ କରିଥିଲା । ଦଳ ପକ୍ଷରୁ ପୁଣି ଥରେ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ୬୧ ରନ କରିଥିଲେ । ସେ ମାତ୍ର ୩୧ଟି ବଲରେ ଏହି ସ୍କୋର କରିଥିଲେ । ସେହପରି ତିଳକ ବର୍ମା ୪୯ ରନ ଓ ସଂଜୁ ସାମସନ ୩୯ ରନ କରିଥିଲେ । ଅକ୍ଷର ପଟେଲ ୨୧ ରନ କରିବା ସହ ଶେଷ ବଲରେ ଛକା ମାରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ ।

ଶ୍ରୀଲଙ୍କା ପକ୍ଷରୁ ମହିଷ ତିକସନା, ଦୁଷ୍ମନ୍ତ ଚାମିରା, ଓ୍ବାନିଣ୍ଡୁ ହସରଙ୍ଗା, ଦାସୁନ ସନକା ଓ ଚରିଥ ଅସଲଙ୍କା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

Leave a comment