ସର୍ବାଧିକ ଆନ୍ତର୍ଜାତିକ ୱିକେଟ୍
ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ସର୍ବାଧିକ ଆନ୍ତର୍ଜାତିକ ୱିକେଟ୍ ଦଖଲରେ କିଂବଦନ୍ତି କପିଳ ଦେବଙ୍କୁ ଟପି ଯାଇଛନ୍ତି। କ୍ରିକେଟ୍ର ସମସ୍ତ ଫର୍ମାଟ୍ରେ କପିଳ ଦେବ ମୋଟ ୬୮୭ ୱିକେଟ୍ ନିଜ ନାମରେ ରଖିଥିଲେ। କପିଳ ଟେଷ୍ଟରେ ୪୩୪ ଓ ଦିନିକିଆରେ ୨୫୩ ୱିକେଟ୍ ଦଖଲ କରିଥିଲେ। ତେବେ ଅଶ୍ବିନ ମୋଟ ୱିକେଟ୍ ସଂଖ୍ୟାକୁ ୬୮୯ରେ ପହଞ୍ଚାଇଥିଲେ। ଅଶ୍ବିନ ଟେଷ୍ଟ୍ରେ ୪୬୬, ଦିନିକିଆରେ ୧୫୧ ଏବଂ ଟ୍ବେଣ୍ଟି-୨୦ରେ ୭୨ ୱିକେଟ୍ ଅକ୍ତିଆର କରିଛନ୍ତି। କପିଳଙ୍କୁ ଟପିବା ପରେ ଅଶ୍ବିନ ସର୍ବକାଳୀନ ସର୍ବାଧିକ (ସମସ୍ତ ଫର୍ମାଟ୍ରେ) ୱିକେଟ୍ ଦଖଲକାରୀ ବୋଲର ଭାବେ ତୃତୀୟ ଭାରତୀୟ ହୋଇଛନ୍ତି। ଏବେ ତାଙ୍କ ଉପରକୁ ଅନ୍ୟ ଦୁଇ ପୂର୍ବତନ ସ୍ପିନର ଅନିଲ କୁମ୍ବଲେ (୯୫୬) ଏବଂ ହରଭଜନ ସିଂହ (୭୧୧) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।