ବିଶ୍ୱକପ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ୨୨ ଫୁଟ ପ୍ରତିମାକୁ ଅନାବରଣ କରାଯାଇଛି । ସଚିନ ତେନ୍ଦୁଲକର ନିଜ ପ୍ରତିମାଙ୍କୁ ଅନାବରଣ କରିଛନ୍ତି । ଏହି ଅବସରରେ ସଚିନଙ୍କ ସହିତ ଅଞ୍ଜଳି ଏବଂ ଝିଅ ସାରା ତେନ୍ଦୁଲକର ଉପସ୍ଥିତ ରହିଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ବିସିସିଆଇ ସଚିବ ଜୟ ଶାହା, ବିସିସିଆଇ ଅଧ୍ୟକ୍ଷ ରାଜୀବ ଶୁକ୍ଳା, ଏନସିପି ମୁଖ୍ୟ ଏବଂ ପୂର୍ବ ବିସିସିଆଇ ପ୍ରମୁଖ ଶରଦ ପାଓ୍ଵର, ଏମସିଏ ଅଧ୍ୟକ୍ଷ ଅନମୋଲ କାଲେ ଏବଂ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଏହି ପ୍ରତିମା ତେନ୍ଦୁଲକରଙ୍କ ଜୀବନକୁ ୫୦ ବର୍ଷ ସମର୍ପିତ ।ତେନ୍ଦୁଲକର କହିଛନ୍ତି, ଏହା ବାସ୍ତବରେ ମୋ ପାଇଁ ବିଶେଷ ମୁହୂର୍ତ୍ତ । ମୁଁ ବହୁତ ଖୁସି । ମୁଁ ବୁଝିପାରୁନି, କେମିତି ପ୍ରତିକ୍ରିୟା ଦେବି । ଏଠାରେ ଠିଆ ହୋଇ ବାସ୍ତବରେ ବିନମ୍ର ।୨୦୧୧ ବିଶ୍ବକପ୍ ବିଜେତା ହେବା ପରେ ସଚିନଙ୍କୁ ସମସ୍ତ ଭାରତୀୟ ଖେଳାଳି କାନ୍ଧରେ ଟେକିନେଇ ୱାଙ୍ଖଡେ ପଡ଼ିଆରେ ବୁଲାଇଥିଲେ। ୧୫୯୨୧ ଟେଷ୍ଟ୍ ରନ୍ ସହିତ ୧୮୪୨୬ ଆନ୍ତର୍ଜାତିକ ଦିନିକିଆ ରନ୍ କରିଥିବା ସଚିନ ଏବେ ବିଶ୍ବ କ୍ରିକେଟ୍ର ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ କାର୍ଯ୍ୟ କରୁଛନ୍ତି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post