ଶୁବମନ ଗିଲ୍ ଜାନୁଆରିର ଶ୍ରେଷ୍ଠ ଖେଳାଳି

ଆଇସିସି ପକ୍ଷରୁ ଗତ ଜାନୁଆରି ମାସର ଶ୍ରେଷ୍ଠ କ୍ରିକେଟ ଖେଳାଳି ଘୋଷଣା କରାଯାଇଛି । ଉତ୍ତମ ପ୍ରଦର୍ଶନ ପାଇଁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ଜାନୁଆରି ମାସର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି । ସେହିପରି ଇଂଲଣ୍ଡ ୧୯ ବର୍ଷରୁ କମ ମହିଳା ଦଳର ଅଧିନାୟକ ଗ୍ରେସ ସ୍ରିଭେନ୍ସଙ୍କୁ ଶ୍ରେଷ୍ଠ ମହିଳା ଖେଳାଳି ଘୋଷଣା କରାଯାଇଛି । ଶୁବମନ ଗିଲ୍ ଗତ ଜାନୁଆରି ମାସରେ ଅନୁଷ୍ଠିତ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସର୍ବାଧିକ ୫୬୭ ରନ ସଂଗ୍ରହ କରିଥିଲେ ।  ହାଇଦ୍ରାବାଦଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଦ୍ବିଶତକ ହାସଲ କରିଥିଲେ । ମାତ୍ର ୧୪୯ଟି ବଲରେ ସେ ୨୦୮ ରନ ହାସଲ କରିଥିଲେ । ଏହା ପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୧୧୬ରନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ମ୍ୟାଚରେ ୧୧୨ ରନ କରିଥିଲେ ।