୫ ବର୍ଷ ପରେ ପୁଣିଥରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଛି ଟିମ ଇଣ୍ଡିଆ । ଶ୍ରୀଲଙ୍କାର ୫୧ ରନ୍ ଟାର୍ଗେଟକୁ ମାତ୍ର ୬. ଓଭରରେ ହାସଲ କରି ଏସିଆ ମହାଦେଶର ନୂଆ ମହାରାଜା ସାଜିଛି ରୋହିତ ସେନା । ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କାକୁ ନିଜ ଘରେ ହରାଇ ଭାରତ ଏହି ଟାଇଟଲ ଉପରେ କବଜା କରିଛି । ଭାରତର ଦୁଇ ଷ୍ୟାର ଓପନର ଶୁଭମନ ଗିଲ ଏବଂ ଇଶାନ କିଶାନ ଭାରତକୁ ଏହି ଛୋଟ ଟାର୍ଗେଟରେ ପହଞ୍ଚାଇଛନ୍ତି । ମ୍ୟାଚର ପ୍ରଥମ ପାୱାର-ପ୍ଲେ ଶେଷ ହେବା ପୂର୍ବରୁ ହିଁ ଭାରତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛି ।ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ୫୧ ରନ୍ ଟାର୍ଗେଟକୁ ପିଛା କରିବା ପାଇଁ ମଇଦାନକୁ ଆସିଥିଲେ ଓପନର ଶୁଭମନ ଗିଲ ଏବଂ ଇଶାନ କିଶାନ । ଛୋଟ ଟାର୍ଗେଟ ଥିବାରୁ ଭାରତୀୟ ଅଧିନାୟକ ରୋହିତଙ୍କ ସ୍ଥାନରେ ଇଶାନ କିଶାନ ଶୁଭମନଙ୍କ ସହ ପାଳି ଆରମ୍ଭ କରିଥିଲେ । ତେବେ ରୋହିତଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ସୁଫଳ ମଧ୍ୟ ଆଣିଦେଇଛି । ଦମଦାର ଫର୍ମରେ ଥିବା ଗିଲ ଏବଂ ଇଶାନ ବିନା କୌଣସି ୱିକେଟ ହରାଇ ଛୋଟ ଟାର୍ଗେଟକୁ ହାସଲ କରି ନେଇଛନ୍ତି । ଏହି ମ୍ୟାଚରେ ଶୁଭମନ ଗିଲ ୧୯ ବଲରେ ୨୭ ରନ୍ କରିଥିବା ବେଳେ ଇଶାନ କିଶାନ ୧୮ ବଲରେ ୨୩ ରନ କରି ଅପରାଜିତ ରହିଛନ୍ତି ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post