ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ । ହାର୍ଦ୍ଦିକ ପାଣ୍ଡ୍ୟା ନୂଆ କ୍ୟାପ୍ଟେନ । ୨୦୨୪ ଆଇପିଏଲରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧରିବେ ଟିମର ମଙ୍ଗ। ବର୍ତ୍ତମାନ କ୍ୟାପ୍ଟେନ ଥିବା ରୋହିତ ଶର୍ମାଙ୍କ ପରିବର୍ତ୍ତେ ହାର୍ଦ୍ଦିକ ପାଣ୍ଡ୍ୟା ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ। ଆଇପିଏଲ୍ ନିଲାମୀ ପୂର୍ବରୁ ଏହି ବଡ ନିଷ୍ପତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସଦୀର୍ଘ୧୦ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ଥିଲେ ରୋହିତ ଶର୍ମା । ୨୦୧୩ରେ କ୍ୟାପଟେନ ଭାବେ ମୁମ୍ବାଇ ଇଣ୍ଡିଆନ୍ସ କମାଣ ସମ୍ଭାଳିଥିଲେ ରୋହିତ । ୫ ଥର ଟିମକୁ ଚାମ୍ପିୟନ ମଧ୍ୟ କରାଇଛନ୍ତି । ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ଜିତିଥିଲା ରୋହିତଙ୍କ ଟିମ୍ । ଗତ ସିଜିନରେ ପ୍ଲେ ଅଫ ପର୍ଯ୍ୟନ୍ତ ପହଞ୍ଚଥିଲା ମୁମ୍ବାଇ ଇଣ୍ଡିଆନ୍ସ ।ଦୀର୍ଘ ଦୁଇ ବର୍ଷ ପରେ ପୁଣି ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ଫେରିଛନ୍ତି ହାର୍ଦ୍ଦିକ । ହାର୍ଦ୍ଦିକ ପାଣ୍ଡ୍ୟା ଏହା ପୂର୍ବରୁ ଗୁଜୁରାଟ ଟାଇଟନ୍ସର କ୍ୟାପଟେନ ଥିଲେ । ୨୦୨୨ରେ ଗୁଜୁରାଟ ଟାଇଟନ୍ସ ଚାମ୍ପିୟନ ହୋଇଥିବା ବେଳେ ୨୦୨୩ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଫାଇନାଲ ହାରିଥିଲା । ଏବେ ରୋହିତଙ୍କ ଜାଗାରେ ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ନିଯୁକ୍ତି ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । MIର ଗ୍ଲୋବାଲ ହେଡ୍ ଅଫ୍ ପରଫର୍ମାନ୍ସ ମାହେଲା ଜୟବର୍ଦ୍ଧନେ କହିଛନ୍ତି, ଏହା ଉତ୍ତର ପିଢ଼ି ତିଆରି କରିବାରେ ଏକ ପ୍ରକ୍ରିୟା । ଆଗକୁ ଶକ୍ତିଶାଳୀ ଟିମ୍ ଗଠନ ପାଇଁ MI ପ୍ଲାନ୍ କରିଛି ।
Trending
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
Prev Post
Next Post