ମେଟ୍ରୋଟିଭିଓଡିଶା (୫.୪.୨୦୨୨)
ଚଳିତ ଆଇପିଏଲରେ ଅପରାଜେୟ ଥିବା ରାଜସ୍ଥାନ ରୟାଲ୍ସର ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ମୈଦାନକୁ ଓହ୍ଲାଇଛି। ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସଞ୍ଜୁ ସାମସନଙ୍କ ରାଜସ୍ଥାନ ପୁଣିଥରେ ଆଗ ବ୍ୟାଟିଂ କରିବ।

ପୂର୍ବ ଦୁଇ ମ୍ୟାଚ୍ରେ ଦଳ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ଦୁଇଟି ଯାକ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ଆରସିବି ତା’ର ପ୍ରଥମ ମ୍ୟାଚ୍ରେ ପଞ୍ଜାବଠାରୁ ହାରିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ କୋଲକାତାକୁ ହରାଇ ବିଜୟ ଟ୍ରାକ୍କୁ ଫେରିଛି।ଆରିସିବି ଆଜି ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ରାଜସ୍ଥାନ ମଧ୍ୟ ୱିନିଂ କମ୍ବିନେସନରେ କୌଣସି ପରିବର୍ତ୍ତନ କରିନି। ଏହାର ଅର୍ଥ ଦଳ ୩ ବିଦେଶୀ ଖେଳାଳି ଓ ୮ ଭାରତୀୟ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ।