ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଏହି ମହାମୁକାବିଲାକୁ ସର୍ବଦା ଅପେକ୍ଷା କରି ରହିଥାନ୍ତି । ତେବେ ଏହା ମଧ୍ୟରେ ଆସନ୍ତାକାଲି ପୁଣି ଥରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଜୁଲାଇ ୧୯ରେ ମହିଳା ଏସିଆ କପ ୨୦୨୪ର ଏକ ମ୍ୟାଚ ଶ୍ରୀଲଙ୍କାର ଦାମ୍ବୁଲା ଠାରେ ଖେଳାଯିବ । ଷ୍ଟାରସ୍ପୋର୍ଟ୍ସ ନେଟୱାର୍କରେ ଏହାର ପ୍ରସାରଣ କରାଯିବ । ଭାରତୀୟ ଦର୍ଶକମାନେ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଡିଜନୀ ପ୍ଳସ ହଟଷ୍ଟାର ଓ ୱେବସାଇଟ ଜରିଆରେ ମଜା ଉଠାଇ ପାରିବେ ।ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା ସମୟରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ । ଗତ ଏକବର୍ଷର ରେକର୍ଡ ଦେଖିଲେ ୧୭ଟି ମ୍ୟାଚରୁ ଟିମ୍ ଇଣ୍ଡିଆର ବିଜୟ-ପରାଜୟ ହାର ୧୦-୫ ରହିଛି । ହାଙ୍ଗଝୋଓରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡ଼ାରେ ଭାରତ ଶ୍ରୀଲଙ୍କାକୁ ୧୯ ରନରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହାପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ଭାରତ କ୍ରମାଗତ ୨ଟି ସିରିଜ୍ ଜିତିଥିଲା । ଭାରତ ବାଂଲାଦେଶକୁ ୫-୦ରେ ହରାଇବା ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ଡ୍ର ରଖିଥିଲା ।ଅନ୍ୟପକ୍ଷରେ ଭାରତ ଅପେକ୍ଷା ପାକିସ୍ତାନ ଏହି ଅବଧିରେ ଅଧିକ ଟି-୨୦ ମ୍ୟାଚ ଖେଳିଛି । ପାକିସ୍ତାନ ୧୯ଟି ମ୍ୟାଚରୁ ୭ଟି ଜିତିବା ସହ ୧୨ଟି ହାରିଛି । ଏସୀୟ କ୍ରୀଡ଼ା ପୂର୍ବରୁ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ସିରିଜରେ ପାକିସ୍ତାନ ୩-୦ରେ ଜିତିଥିଲା । ଗତ କିଛିବର୍ଷ ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ୧୪ଟି ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ୧୧ଟିରେ ବିଜୟୀ ହୋଇଥିଲା । ଏସୀୟ କପରେ ମଧ୍ୟ ଭାରତର ପଲା ଭାରି ରହିଛି । ପାକିସ୍ତାନ ବିପକ୍ଷରେ ଭାରତ ୬ଟିରୁ ୫ଟିରେ ଜିତିଛି ।
Trending
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
Prev Post
Next Post