ମୁହାଁମୁହିଁ ହେବେ ଗୁଜରାଟ ଓ ମୁମ୍ବାଇ

ଅହମଦାବାଦ: ଦ୍ବିତୀୟ ଦଳ ଭାବେ କିଏ ଯିବ ଫାଇନାଲ ।  ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଆଜି ମ୍ୟାଚରେ ବିଜୟଲାଭ କରି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବେ ଦୁଇ ଦଳ ।  ଏହି ହାଇଭୋଲଟେଜ୍ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ରୋହିତ, ଇଶାନ, ଗ୍ରୀନ, ଡେଭିଡ, ସୂର୍ଯ୍ୟକୁମାର ମୁମ୍ବାଇ ପାଇଁ ଫୁଲ ଫର୍ମରେ ରହିଛନ୍ତି ।  ଶୁଭମନ ଗିଲ ଓ ବିଜୟ ଶଙ୍କର ପ୍ରଦର୍ଶନ ଗୁଜରାଟର ବ୍ୟାଟିଂ ଲାଇନ ଅଫକୁ ସୁଦୃଢ଼ କରିଛି ।

ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ । ସେହିପରି ମହମ୍ମଦ ସାମି, ମୋହିତ ଶର୍ମା ଓ ରସିଦ ଖାନଙ୍କ ବୋଲିଂ ଉପରେ ମଧ୍ୟ ଗୁଜରାଟ ଟାଇଟନ୍ସର ପ୍ରଦର୍ଶନ ନିର୍ଭର କରିବ । ହେଲେ ପୂର୍ବରୁ ଗୁଜରାଟ ଓ ମୁମ୍ବାଇ ମଧ୍ୟରେ ହୋଇଥିବା ତିନିଟି ମ୍ୟାଚରେ ରୋହିତଙ୍କ ଟିମର ପ୍ରଦର୍ଶନ ବେଶ ଭଲ ରହିଛି । ଦୁଇଟି ମ୍ୟାଚରେ ମୁମ୍ବାଇ ବାଜିମାତ କରିଥିବା ବେଳେ ଗୋଟିଏରେ ଗୁଜରାଟ ବିଜୟୀ ହୋଇଥିଲା ।