ଚଳିତ ମାସ ଶେଷରୁ ଶ୍ରୀଲଙ୍କାରେ ସୀମିତ ଓଭର ସିରିଜରୁ ଭାରତୀୟ କ୍ରିକେଟ୍ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିସିସିଆଇ ସଚିବ ଜୟ ଶାହା ସୋମବାର କହିଛନ୍ତି। କିନ୍ତୁ ବିଦାୟୀ ରାହୁଲ ଦ୍ରାବିଡଙ୍କ ବଦଳରେ କିଏ ଏହି ପଦବୀ ହାତେଇବେ ତାହା ପ୍ରକାଶ କରି ନାହାନ୍ତି।ପୂର୍ବତନ ଓପନର୍ ଗୌତମ ଗମ୍ଭୀର ଭାରତ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦ୍ରାବିଡଙ୍କ ଉତ୍ତରାଧିକାରୀ ହେବେ ବୋଲି ଆଶା କରାଯାଉଛି। କ୍ରିକେଟ୍ ପରାମର୍ଶଦାତା କମିଟି ମଧ୍ୟ ଏହି ହାଇପ୍ରୋଫାଇଲ୍ ପଦବୀ ପାଇଁ ଗୌତମ ଗମ୍ଭୀର ଏବଂ ଭାରତର ପୂର୍ବତନ ମହିଳା ପ୍ରଶିକ୍ଷକ ଡବ୍ଲୁ ଭି ରମଣଙ୍କ ପାଇଁ ସାକ୍ଷାତକାର କରିଛି।ତେବେ ମିଳିଥିବା ଖବର ଅନୁଯାୟୀ “ଉଭୟ କୋଚ୍ ଏବଂ ଚୟନକର୍ତ୍ତା ନିଯୁକ୍ତି ଖୁବ ଶୀଘ୍ର କରାଯିବ। ବିସିସିଆଇ ଦୁଇଟି ନାମ ସର୍ଟଲିଷ୍ଟ କରିଛି ଏବଂ ଖୁବଶୀଘ୍ର ବୋର୍ଡ ଆଲୋଚନା ପରେ ନୂତନ କୋଚଙ୍କ ନାମ ଘୋଷଣା ହେବ। ତେବେ ଭିଭିଏସ୍ ଜିମ୍ବାୱେ ଗସ୍ତ ପାଇଁ ଭି.ଏସ.ଏସ ଲକ୍ଷ୍ମଣ ଯାଉଛନ୍ତି କିନ୍ତୁ ଶ୍ରୀଲଙ୍କା ସିରିଜରୁ ନୂତନ କୋଚ୍ ଯୋଗଦେବେ ବୋଲି ଶାହା କହିଛନ୍ତି। ଭାରତୀୟ ଦଳ ଜୁଲାଇ ୨୭ ରୁ ତିନି ଟି -୨୦ ଏବଂ ଅନେକ ଦିନିକିଆ ପାଇଁ ଶ୍ରୀଲଙ୍କା ଗସ୍ତ କରିବେ।ଶନିବାର ୧୧ ବର୍ଷ ପରେ ଭାରତ ଆଇସିସି ଟାଇଟଲ ଜିତିବା ପରେ ଶାହା ନିଜର ଆନନ୍ଦ ପ୍ରଦର୍ଶନ କରିଥିଲେ। ଫାଇନାଲରେ ମ୍ୟାଚ୍ ଜିତିଥିବା ନକ୍ ଖେଳିଥିବା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।
Trending
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
 - ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
 - ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
 - ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
 - ପରଲୋକରେ ‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର
 - ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ର ଅବଧି
 - ବାପାଙ୍କୁ ପଚାରିନଥିଲା ବିଜେଡ଼ି – ଜୟ
 - ବିହାର ବିଧାନସଭା ନିର୍ବାଚନ, ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା
 - ମେଣ୍ଟରେ ଲଢିବେ ଉଦ୍ଧବ ଠାକରେ ଓ ଅଜିତ୍ ପାୱାରଙ୍କ ପାର୍ଟି
 - ଓଡ଼ିଶା ପୁଲିସ SI କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ
 
Prev Post
Next Post