ଭାରତକୁ ୨୧ ରନରେ ହରାଇଲା ଅଷ୍ଟ୍ରେଲିଆ: ଭାରତ ୨୪୮ ରନ କରି ଅଲଆଉଟ
୩ୟ ଦିନିକିଆରେ ଭାରତକୁ ୨୧ ରନରେ ହରାଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୨୭୦ ରନ ଜବାବରେ ଭାରତ ୪୯.୧ ତମ ଓଭରରେ ୨୪୮ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୫୪ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ ଓ ଶୁଭମନ ଗିଲ ୩୭ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିଲେ ।
#TeamIndia came close to the target but it's Australia who won the third and final ODI by 21 runs.#INDvAUS | @mastercardindia pic.twitter.com/1gmougMb0T
— BCCI (@BCCI) March 22, 2023
ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଡ୍ ୩୩ ରନ କରି ଆଉଟ ହେବା ପରେ ଷ୍ଟିଭେନ ସ୍ମିଥ୍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ଏହା ପରେ ପରେ ମିଚେଲ ମାର୍ସ ମଧ୍ୟ ୪୭ ରନ କରି ଆଉଟ ହୋଇଯାଇଥିଲେ । ଦଳର ମଧ୍ୟକ୍ରମ ବ୍ୟାଟରମାନେ ବଡ଼ ସ୍କୋର କରିପାରିନଥିଲେ ବି ସମସ୍ତଙ୍କ କିଛି କିଛି ରନର ଯୋଗଦାନ ଫଳରେ ଦଳ ଏକ ବଡ଼ ସ୍କୋର ଛିଡ଼ା କରିବାକୁ ସକ୍ଷମ ହୋଇପାରିଥିଲେ । ଆଲେକ୍ସ କେରି ୩୮ରନ କରିଥିବାବେଳେ ମାର୍ନସ ଲାବୁସଚାନ ୨୮ରନ, ମାର୍କସ ଷ୍ଟଇନିସ ୨୫ ରନ ଓ ସିନ ଆବଟ୍ ୨୬ରନ କରିଥିଲେ ।