ଭାରତ-ଆୟର୍ଲାଣ୍ଡ ଶେଷ ଟି-ଟ୍ବେଣ୍ଟି

ଆଜି ଭାରତ-ଆୟର୍ଲାଣ୍ଡ ଶେଷ ଟି-ଟ୍ବେଣ୍ଟି ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ୍ ଅନୁଷ୍ଠିତ ହେବ । ତିନି ଟିକିଆ ସିରିଜରେ ପ୍ରଥମ ଦୁଇଟି ମ୍ୟାଚ ସହିତ ସିରିଜ ଜିତିସାରିଛି ଟିମ ଇଣ୍ଡିଆ । ଆଜିର ମ୍ୟାଚ ଜିତି ସିରିଜ କ୍ଲିନ ସୁଇପ୍ ଲକ୍ଷ୍ୟରେ ରହିଛି ଭାରତ । ପ୍ରଥମ ମ୍ୟାଚରେ ଡିଏଲଏସ ନିୟମ ଆଧାରରେ ୨ରନରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ସେପଟେ ପୂର୍ବ ଦୁଇଟି ମ୍ୟାଚରେ ଆୟର୍ଲାଣ୍ଡ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବିଜୟ ସ୍ବାଦ ଚାଖିପାରିନି । ଆଜିର ମ୍ୟାଚ ଜିତି ସମ୍ମାନ ରକ୍ଷା ପାଇଁ ଉଦ୍ୟମ କରିବ ଆୟର୍ଲାଣ୍ଡ ।