ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେବ ମ୍ୟାଚ୍
ଆସନ୍ତାକାଲି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ । ମ୍ୟାଚ ପାଇଁ ଉଭୟ ଦଳର ଖେଳାଳି ଅଭ୍ୟାସ କରିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦୃଢ଼ ମନୋବଳ ସହ ଆସନ୍ତାକାଲି ପଡିଆକୁ ଓହ୍ଲାଇବ ।
1️⃣ Sleep Away from the #WTC23 Final ⏳
Drop in your wishes in the comments below & cheer for #TeamIndia 🇮🇳 pic.twitter.com/a6CmOiixWs
— BCCI (@BCCI) June 6, 2023
ଭାରତୀୟ ଦଳରେ ବ୍ୟାଟସମ୍ୟାନମାନେ ଭଲ ଫର୍ମରେ ଅଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୨ ତାରିଖକୁ ରିଜର୍ଭ ଡେ ରଖାଯାଇଛି । କିଏ ଜିତିବ ଡବ୍ଲୁଟିସି ଫାଇନାଲ । ଅଷ୍ଟ୍ରେଲିଆ ସହ ମୁକାବିଲାରେ ଭାରତ କମ୍ବିନେସନ କଣ ହେବ ତା ଉପରେ ସମସ୍ତଙ୍କ ନଜର । ଆସନ୍ତାକାଲି ଅପରାହ୍ନରେ ମ୍ୟାଚ ଖେଳାଯିବ ।
📽️ Oval Diaries ft. #TeamIndia 🏏#WTC23 pic.twitter.com/KM4fL8DgKj
— BCCI (@BCCI) June 6, 2023