ବିଶ୍ବକପ୍ରେ କୋହଲି ଓପନିଂ କରନ୍ତୁ: ଗାଙ୍ଗୁଲି
ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ପର୍ଯ୍ୟାୟ ଗସ୍ତ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ। ବିଶ୍ବକପ୍ ଦଳରେ ଥିବା ଯେଉଁ ଖେଳାଳିମାନେ ଆଇପିଏଲ୍ ପ୍ଲେଅଫ୍କୁ ଯୋଗ୍ୟତା ଅର୍ଜନ ନକରିପାରିବେ, ସେମାନେ ତୁରନ୍ତ ଆମେରିକା ଗସ୍ତ କରିବେ। ପ୍ରଥମ ପର୍ଯ୍ୟାୟରେ କିଛି ଖେଳାଳିଙ୍କ ସହ ପ୍ରଶିକ୍ଷକମାନେ ଆମେରିକା ଯିବେ। ପ୍ଲେଅଫ୍ ଯାଇପାରି ନଥିବା ଅନ୍ୟ ଖେଳାଳିଙ୍କୁ ନେଇ ୨୬ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଗସ୍ତ ଆରମ୍ଭ ହେବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ଆଇପିଏଲ୍ ଜରିଆରେ ଯୁବ ଖେଳାଳିଙ୍କ ଦକ୍ଷତାର ବିକାଶ ହୋଇପାରୁଥିବା ବେଳେ ବିଶ୍ବକପ୍ ଖେଳାଳିଙ୍କ ପାଇଁ ମଧ୍ୟ ଭଲ ଅଭ୍ୟାସ ହେଉଥିବା ସେ କହିଛନ୍ତି। ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମା ଯେଉଁଭଳି ଭାବେ ଖେଳୁଛନ୍ତି, ଯଦି ସେମାନଙ୍କୁ ଯଶପ୍ରୀତ୍ ବୁମ୍ରା ବୋଲିଂ କରିବେ, ବିଶ୍ବକପ୍ ପ୍ରସ୍ତୁତି ପାଇଁ ଏହାଠୁ ବଳି ଭଲ ଅଭ୍ୟାସ କ’ଣ ହୋଇପାରେ ବୋଲି ଶାହ କହିଛନ୍ତି। ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦ୍ରୁତ ବୋଲର ମୟଙ୍କ ୟାଦବଙ୍କ ପ୍ରଦର୍ଶନ ଉପରେ ବିସିସିଆଇ ନଜର ରଖିଛି। ଏବେ ଜାତୀୟ କ୍ରିକେଟ୍ ଏକାଡେମିର ଡାକ୍ତରମାନେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଥିବା ଶାହ ଜଣାଇଛନ୍ତି।