ବର୍ଡର-ଗାଭାସ୍କର ଟ୍ରଫି ଆସନ୍ତାକାଲିଠୁ
ନାଗପୁର: ବର୍ଡର-ଗାଭାସ୍କର ଟ୍ରଫି ଆସନ୍ତାକାଲି ଖେଳାଯିବ । ଏହି ଟେଷ୍ଟରେ ଭାରତ ଜିତିବାକୁ ଚାହିଁବ । କାରଣ ଭାରତ ହାରିଲେ ଟେଷ୍ଟ ଚାମ୍ପିଆନସିପ୍ ର ଫାଇନାଲକୁ ଯାଇପାରିବ ନାହିଁ । ଏବେ ଦ୍ବିତୀୟ ନମ୍ବରରେ ଅଷ୍ଟ୍ରେଲିଆ ପଛକୁ ରହିଛି ଭାରତ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଏଥର ରୋମାଂଚକର ହେବ । ଏହି ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଭାରତୀୟ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ମଧ୍ୟ ଅଗ୍ନିପରୀକ୍ଷା ହେବ। ଅଧିନାୟକ ଭାବେ ରୋହିତ ସୀମିତ ଓଭର କ୍ରିକେଟ୍ରେ ଭଲ ପ୍ରଦର୍ଶନ କରିଛନ୍ତି। ହେଲେ ଟେଷ୍ଟମ୍ୟାଚ୍ରେ ନେତୃତ୍ବ ନେଇ ଅଦ୍ୟାବଧି ରୋହିତ ତାଙ୍କ ଦକ୍ଷତା ଦେଖାଇ ପାରିନାହାନ୍ତି। ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପ୍ର ଲିଗ୍ ପର୍ଯ୍ୟାୟରୁ ଭାରତ ବିଦାୟ ନେଇଥିବା ବେଳେ ୨୦୨୨ ସଂସ୍କରଣର ସେମିଫାଇନାଲ ଖେଳିଥିଲା।
ହେଲେ ଏହା ସତ ଯେ ଟେଷ୍ଟ ଦଳର ଅଧିନାୟକ ଭାବେ ରୋହିତଙ୍କ ଯୁଗ ଏବେ ଆରମ୍ଭ ହୋଇଛି। ତାଙ୍କ ସମ୍ମୁଖରେ ଏବେ ବଡ଼ ଆହ୍ବାନ ହେଲା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା। ୨୦୦୪ ପରଠାରୁ ଭାରତମାଟିରେ ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା ଜିତିନାହିଁ। ଘରୋଇ ଭାରତ କ୍ରମାଗତ ୪ଟି ଶୃଙ୍ଖଳା ଜିତିଛି।
Permutation-combination for the #INDvAUS Test series opener❓#TeamIndia | @ImRo45 pic.twitter.com/njzAzGLNEp
— BCCI (@BCCI) February 8, 2023