ବଡ଼ ସଙ୍କଟରୁ ମୁକୁଳିଲା ଭାରତ
ରାଞ୍ଚିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୦୭ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ ହରାଇ ୨୧୯ ରନ୍ ସଂଗ୍ରହ କରିଥିବା ବେଳେ ଆଜି ଆଉ ୮୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ଦଳର ନୂଆ ୱିକେଟ କିପର ଧ୍ରୁବ ଜୁରେଲ ଗତକାଲି ୩୦ ରନରେ ଅପରାଜିତ ରହିଥିବା ବେଳେ ଆଜି ସେ ଆଉ ୬୦ ରନ୍ ଯୋଡ଼ି ୯୦ ରନରେ ଆଉଟ ହୋଇଯାଇଥିଲେ ।ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ଏବେ ୪୬ ରନ ପଛରେ ପଡ଼ିଯାଇଛି । ଇଂଲଣ୍ଡ ୧୧୨ ରନରେ ୫ଟି ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ଜୋ ରୁଟ୍ ଶତକୀୟ ପାଳି ଖେଳି ଦଳକୁ ଉଦ୍ଧାର କରିଥିଲେ । ସେହିପରି ଟିମ୍ ଇଣ୍ଡିଆ ୧୭୭ ରନରେ ୭ଟି ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ଧ୍ରୁବ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସହ ମିଶି ଦଳୀୟ ସ୍କୋରକୁ ୨୫୩ରେ ପହଞ୍ଚାଇଥିଲେ । ଆଜି ମଧ୍ୟ ସେ ଶାନଦାର ପ୍ରଦର୍ଶନ କରି ଏକ ସମ୍ମାନଜନକ ସ୍କୋର ଛିଡ଼ା କରାଇପାରିଥିଲେ । ନଚେତ୍ ଭାରତ ଶତାଧିକ ରନରେ ପଛୁଆ ରହିଥାନ୍ତା ।