ଫାଇନାଲ୍‌ରେ ଭାରତ

ଅଧିନାୟକ ଉଦୟ ସହରନ୍ (୮୧) ଓ ସଚିନ୍‌ ଧାସ୍‌ (୯୬)ଙ୍କ ଶତକୀୟ ଭାଗୀଦାରି ସହାୟତାରେ ଭାରତ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି। ଗୁରୁବାର ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍‌ର ବିଜୟୀ ଦଳ ସହିତ ଭାରତ ରବିବାର ଫାଇନାଲ୍‌ ଖେଳିବ। ଏହାଫଳରେ ଭାରତ ୨୦୧୬ ପରଠୁ କ୍ରମାଗତ ଭାବେ ଫାଇନାଲ୍‌ରେ ପ୍ରବେଶ କରିବାର ଧାରା ବଜାୟ ରଖିଛି।