ଭାରତର ପ୍ୟାରିସ୍ ଅଲିମ୍ପିକ୍ସ ଅଭିଯାନ ବହୁ ଆଶା, ଆକାଂକ୍ଷା ନେଇ ଆରମ୍ଭ ହୋଇଥିଲା। ପ୍ୟାରିସ୍କୁ ୧୧୭ଜଣିଆ ଭାରତୀୟ ଦଳ ଯାଇଥିଲା। ପ୍ରକୃତରେ କିନ୍ତୁ ୧୧୨ ଜଣ ଭାରତୀୟ ଖେଳାଳି ୧୬ ଖେଳର ୬୯ ମେଡାଲ ଇଭେଣ୍ଟ୍ରେ ଅବତୀର୍ଣ୍ଣ ହୋଇଥିଲେ। ତେବେ ଭାରତୀୟ ଦଳର ହାତକୁ ଆସିଛି ମାତ୍ର ୬ ପଦକ। ଭାରତୀୟମାନେ ଅଂଶଗ୍ରହଣ କରିଥିବା ୧୬ ଖେଳ ମଧ୍ୟରୁ କେବଳ ୪ଟିକୁ ଛାଡ଼ି ୧୨ଟି ଖେଳରେ ଭାରତ ପଦକ ଶୂନ୍ୟ ରହିଛି। ଭାରତୀୟ ଖେଳାଳିମାନେ ପଦକ ଜିତିଥିବା ଖେଳଗୁଡ଼ିକ ମଧ୍ୟରେ ରହିଛି ଆଥଲେଟିକ୍ସ, ହକି, ସୁଟିଂ ଓ କୁସ୍ତି। ସୁଟିଂରୁ ଭାରତକୁ ସର୍ବାଧିକ ତିନିଟି ପଦକ ମିଳିଛି। ରୌପ୍ୟ ରୂପରେ ସର୍ବୋଚ୍ଚ ପଦକ କିନ୍ତୁ ଆଥଲେଟିକ୍ସ (ଜାଭଲିନ୍)ରୁ ଆସିଛି। ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ କାଂସ୍ୟ ହସ୍ତଗତ ହୋଇଛି। ଏଭଳି ଦୟନୀୟ ପ୍ରଦର୍ଶନ କୋଟିକୋଟି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛି। ଓଡ଼ିଶା କିନ୍ତୁ ଐତିହାସିକ ସଫଳତା ପାଇଛି। ଅମିତ ରୋହିଦାସ ଲଗାତାର ଅଲିମ୍ପିକ୍ସ ପଦକ ଜିତିଥିବା ହାତଗଣତି ଖେଳାଳି ମଧ୍ୟରେ ନିଜକୁ ସାମିଲ କରିଛନ୍ତି। କିଶୋର ଜେନା ମଧ୍ୟ ପୁରୁଷ ଜାଭଲିନ୍ ଖେଳିବାରେ ରାଜ୍ୟର ପ୍ରଥମ ଖେଳାଳି ହୋଇଛନ୍ତି।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ